ବାରିପଦା: ମୟୂରଭଞ୍ଜରେ ନିୟୋଜିତ ୫୦ରୁ ଅଧିକ ଶିକ୍ଷକଙ୍କୁ ମିଳିନି କୋଭିଡ୍ ମହାମାରୀ ସମୟର ଦରମା। ଏନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ଗତ ବର୍ଷର ମହାମାରୀ ସମୟରେ ତିନି ମାସର ବକେୟା ଦରମା ପ୍ରଦାନ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ନିକଟରେ ଦାବି କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ମହାମାରୀ ସମୟରେ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ଦରମା ନ ଅଟକାଇବା ପାଇଁ ନିର୍ଦେଶନାମା ଜାରି କରାଯାଇଥିଲା। ତେବେ ଅସ୍ଥାୟୀ ଶିକ୍ଷକ ଭାବେ ୨୦୧୬ ମସିହାରୁ ରାଜ୍ୟ ସରକାରଙ୍କ ଅନୁସାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କିନ୍ତୁ ଦରମାରୁ ବଞ୍ଚିତ ରଖାଯାଇଛି। ସେମାନଙ୍କର ପ୍ରାପ୍ୟ ଦରମାକୁ ଭାରତ ସିକ୍ୟୁରୀଟି ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମନମୁଖୀ ଭାବେ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ସହିତ ଆର୍ଥିକ ମାନଦଣ୍ଡ ତଳେ ରହୁଥିବା ପରିବାରର ପିଲା ଏବଂ ଅନାଥ ଶିଶୁମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇଂରାଜୀ ବିଦ୍ୟାଳୟରେ ମୁକ୍ତ ଇଂରାଜୀ ଶିକ୍ଷାର ବ୍ୟବସ୍ଥା କରାଯାଇଛି।
/sambad/media/post_attachments/wp-content/uploads/2021/04/IMG-20210405-WA0006-300x225.jpg)
ଏହି ପିଲାମାନଙ୍କୁ ବିଦ୍ୟାଳୟ ପରିସର ବ୍ୟତୀତ ହଷ୍ଟେଲରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି କରାଯାଇଛି। ତେବେ କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ୨୫ ତାରିଖ ଠାରୁ ଜୁନ ୩୦ ତାରିଖ ମଧ୍ୟରେ କୌଣସି ଦରମା ପ୍ରଦାନ କରାଯାଇନଥିବା ନେଇ ବାରମ୍ବାର ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ରଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଫଳରେ ଆଜି ଦୀପ୍ତିମୟୀ ଦାସ, ସସ୍ମିତା ମହାନ୍ତି, ସଞ୍ଜିତ କୁମାର ନାଏକ, ପ୍ରଫୁଲ୍ଲ କୁମାର ଜେନା, ରମେଶ ଚନ୍ଦ୍ର ପରିଡା, ପୁଷ୍ପାଞ୍ଜଳି ଶଙ୍ଖୁଆ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାର ସମାଧାନ ନହେଲେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/IMG-20210405-WA0007.jpg)