ରାଉରକେଲା: ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପୋଡାହାଟ ଜଙ୍ଗଲ ରେୟାରଦାକଳା ପହାଡରେ ପୁଲିସ -ନକ୍ସଲ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିରେ ତିନି ମହିଳା ନକ୍ସଲ ନିହତ ହୋଇଛନ୍ତି। କିଛି ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟମାନେ ସେଠାରୁ ଖସିଯିବାର ସଫଳ ହୋଇଛନ୍ତି। ଘଟଣାସ୍ଥଳରୁ ପୁଲିସ ୩ ବନ୍ଧୁକ, ଶତାଧିକ ଅଫୁଟା ଗୁଳି, ୨ଟି ଆଇଇଡି ବୋମା, ୯ଟି ତୀର ବୋମା, ୩ଟି ୱାୟରଲେସ୍, ୨ଟି ରେଡିଓ, ଔଷଧ, ଖାଦ୍ୟ ତିଆରି ହାଣ୍ଡି, ଡେକ୍ଜି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ଘଟଣା ପରେ ସିଆରପିଏଫ୍ ଯବାନ, ସ୍ଥାନୀୟ ପୁଲିସ ପାହାଡକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛନ୍ତି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲାରୁ ପ୍ରାୟ ୬୦ କି.ମି. ଦୂର ପେଡାହାଡ ଜଙ୍ଗଲ ରେୟାଦାକଳା ପାହାଡରେ ଜୋନାଲ କମାଣ୍ଡର ଜୀବନ କାଣ୍ଡୁଲାନା, ସୁରେଶ ମୁଣ୍ଡା ସଙ୍ଗଠନର ୩୦ରୁ ଅଧିକ ନକ୍ସଲକୁ ନେଇ ଏକ କ୍ୟାମ୍ପ ଚାଲିଥିବା ସ୍ଥାନୀୟ ଏସ୍ପି ଇନ୍ଦ୍ରଜିତ୍ ମହଥାଙ୍କୁ ସୂଚନା ମିଳିଥିଲା। ନକ୍ସଲମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିଲେ।
ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସିଆର୍ପିଏଫ୍ ୯୪ , ୬୦ ଓ ୧୭୪ ବଟାଲିୟନ ଯବାନ ଓ ସ୍ଥାନୀୟ ପୁଲିସ ନେତୃତ୍ବରେ ଗଠିତ ଟିମ୍ ପାହାଡକୁ ଘେରାବନ୍ଦୀ କରିଥିଲେ। ପ୍ରଥମେ ଯବାନମାନେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ନକ୍ସଲମାନେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଯବାନଙ୍କ ଉପରୁ ଗୁଳି ଚଳାଇଥିଲେ। ପାଲଟା ଯବାବରେ ଯବାନମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ପରସ୍ପର ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ୩ ମହିଳା ନିହତ ହୋଇଥିଲେ।
ଅନ୍ୟମାନେ ଧରାପଡିଯିବା ପରେ ସେଠାରୁ ନିକଟଙ୍କ ପୋଡାହାଟ ଜଙ୍ଗଲକୁ ଚାଲି ଯାଇଥିଲେ। ଯବାନମାନେ ତିନି ମହିଳା ନକ୍ସଲ ଶବକୁ ଜବତ କରି ସ୍ଥାନୀୟ ଆନନ୍ଦପୁର ଥାନାକୁ ହସ୍ତାନ୍ତର କରିଛି। ଏସ୍ପି ଶ୍ରୀ ମହଥା କହିଛନ୍ତି ଲକ୍ଡାଉନ୍ର ସୁଯୋଗ ନେଇ ନକ୍ସଲମାନେ ସ୍ଥାନୀୟ ଅଞ୍ଚଳର ବଡଧରଣ ହିଂସାକାଣ୍ଡ ପାଇଁ ପୋଡାହାଟ ନିକଟସ୍ଥ ପାହାଡରେ ମାରଣାସ୍ତ୍ର ସହ ଏକାଠି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/7aa94b2b-62bb-41f5-87f0-1479928f73a4.jpg)