ପୁଲିସ ନିକଟରେ ୩ ନକ୍ସଲଙ୍କ ଆତ୍ମସମର୍ପଣ

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଲୋକେଶ୍ବର ଜୁଲସ, ଆଡମା କଲମୁ ଏବଂ ଆର୍ଜୁନ ସରଫ। ଏହି ତିନି ଜଣ ନକ୍ସଲ ଇନ୍ଦ୍ରାବତୀ ନଦୀ ଅଂଚଳରେ ସକ୍ରିୟ ଥିଲେ।ସଂଗଠନରେ ପୂର୍ବ ଭଳି କୌଣସି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା ଏବଂ ଭେଦଭାବ ବଢୁଥିବାରୁ ଏମାନେ ଆତ୍ମସମର୍ପଣ କରିଥିବା କହିଥିଲେ।

ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଲୋକେଶ୍ବର ଏବଂ ଆଡମା ନାମରେ ରହିଥିବା ଏକ ଲକ୍ଷ ଟଂକା ପୁରସ୍କାର ରାଶିକୁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି। ତେବେ ଲଗାତାର ଓଡିଶା, ଆନ୍ଧ୍ର ଏବଂ ଛତିଶଗଡରେ ନକ୍ସଲଙ୍କୁ ଦମନ ନେଇ ହୋଇଥିବା ରଣନୀତି କାମ କରୁଥିବା କୁହାଯାଇଛି। ମୁଖ୍ୟ ସ୍ରୋତରେ ସାମିଲ ହୁଅ ନଚେତ ସମସ୍ତେ ମରିବାକୁ ପ୍ରସ୍ତୁତ ରୁହ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର