ରାଉରକେଲା: ବଡଧରଣ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍କର ୩ ଜଣକୁ ସେକ୍ଟର-୭ ପୁଲିସ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ସେକ୍ଟର-୫ ଆମ୍ବେଦକର ବସ୍ତିର ସାଗର ନାୟକ, ବିଚିତ୍ର ବେହେରା ଓ ଶଙ୍କର ନାୟକ। ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ପିସ୍ତଲ, ଛୁରି, ଲୁହା ରଥ ଓ ମୋଟରବାଇକ୍ (ଓଡ଼ି-୧୪ଜି-୧୦୪୨) ଜବତ କରିଛି। ସେକ୍ଟର-୫ ଗୋଲଘର ବସ୍ତି ନିକଟସ୍ଥ ଏକ ନିଚ୍ଛାଟିଆ ଜାଗାରେ ଗିରଫ ତିନି ଡକାୟତ ଇସ୍ପାତ ସହରାଞ୍ଚଳର ଆର୍ଏସ୍ପି ଅଫିସର ଅବା ବ୍ୟବସାୟୀଙ୍କ ଘରୁ ବଡଧରଣ ଡକାୟତି ଯୋଜନା କରୁଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ସେକ୍ଟର-୭ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ତିନି ଡକାୟତକୁ କାବୁ କରିବାରେ ସଫଳ ହୋଇଥିଲେ। ଡକାୟତି ଗ୍ୟାଙ୍କରେ ଅନ୍ୟ କେଉଁମାନେ ଅଛନ୍ତି ପୁଲିସ ତା’ ଖୋଳତାଡ କରୁଛି।
ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ପିସ୍ତଲ-ଛୁରି-ମୋଟରବାଇକ୍ ଜବତ
/sambad/media/post_attachments/wp-content/uploads/2022/04/1bb94d61-1ea8-48c6-8276-771caeaab022.jpg)