ରାଉରକେଲାମ: ରାଞ୍ଚିକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ପ୍ଲାଣ୍ଟସାଇଟ୍ ଅଞ୍ଚଳର ଅମୀୟ ରାଉତ(୩୮), ଶ୍ରୀକାନ୍ତ ଦାସ (୨୨) ଓ ପିଣ୍ଟୁ ସାଗର (୨୫)। ସେମାନଙ୍କଠାରୁ ୨୧ କେଜି ୪୯୭ ଗ୍ରାମ୍ ଗଞ୍ଜେଇ, ୨ଟି ମୋବାଇଲ ଓ ଚାଲାଣରେ ବ୍ୟବହୃତ ଏକ ସ୍କୁଟି ଜବତ କରିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ଦେଢ଼ଟା। ତିନି ଅଭିଯୁକ୍ତ ଏକ ସ୍କୁଟି(ଓଡି-୧୪-ଇ-୭୦୫୧)ରେ ଗଞ୍ଜେଇ ଭର୍ତ୍ତି ବୋରା ନେଇ ନୂଆ ବସ୍ ଷ୍ଟାଣ୍ଡ୍ରେ ପହଞ୍ଚିଥିଲେ। ସେଠାରୁ ବସ୍ ଯୋଗେ ରାଞ୍ଚିକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରୁଥିଲେ। ସେମାନଙ୍କର ଗତିବିଧି ସନ୍ଦେହଜନକ ହେବାରୁ ପୁଲିସ ପଚରାଉଚରା କରିଥିଲା। ପରେ ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ ବିଷୟରେ ଅବଗତ ହୋଇଥିଲା।
ରାଞ୍ଚିକୁ ଚାଲାଣ କରୁଥିଲେ ଗଞ୍ଜେଇ, ୩ ଗିରଫ
୨୧ କେଜି ୪୯୭ ଗ୍ରାମ୍ ଗଞ୍ଜେଇ, ସ୍କୁଟି, ମୋବାଇଲ ଫୋନ୍ ଜବତ
/sambad/media/post_attachments/wp-content/uploads/2022/07/47e2a1eb-bbac-4847-83a9-15d5a0521ccc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)