ଭଦ୍ରକରୁ ବିପୁଳ ପରିମାଣରେ ବାଣ ଜବତ, ୩ ଗିରଫ  

ଭଦ୍ରକ: କରୋନା କଟକଣା ପାଇଁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବାଣ ଫୁଟା ଉପରେ କଟକଣା ଜାରି କରାଯାଇଛି। ମାତ୍ର ଭଦ୍ରକର କିଛି ବାଣ ବ୍ୟବସାୟୀ କରୋନା କଟକଣାକୁ ବେଖାତିର କରି ଚୋରାରେ ବାଣ କାରବାର କରୁଥିବା ନେଇ ଭଦ୍ରକ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା। ପୁଲିସ ସୂଚନା ପାଇବା ପାର ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ବେନ୍ତାଳ ଗ୍ରାମର ରଂଜନ ରାଉତ ଓ ହରିଶ୍ଚନ୍ଦ୍ର ରାଉତ ଚୋରାରେ ବାଣ କାରବାର କରୁଥିଲେ। ଏମାନଙ୍କ ଘର ଉପରେ ପୁଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିାଲେ। ଏମାନଙ୍କ ନାମରେ ପୁରୁଣାବଜାର ଥାନାରେ ୩୬୦/୨୧ରେ ମାମଲା ରୁଜୁ କରାଯାଇଛି। କେବଳ ପୁରୁଣା ବଜାର ଥାନା ଅଞ୍ଚଳରେ ବାଣର ଚୋରା କାରବାର ଚାଲି ନଥିଲା ଭଦ୍ରକ ଟାଉନ ଥାନାର ଅପର୍ତ୍ତିବିନ୍ଧା ଅଞ୍ଚଳରୁ ମଧ୍ୟ ପୁଲିସ ଚଢାଉ କରି ବିପୁଳ ପରିମାଣରେ ବାଣ ଜବତ କରିଛି।

ଭଦ୍ରକ ଟାଉନ ଅଞ୍ଚଳରେ ଚୋରାରେ ବାଣ କାରବାର କରୁଥିବା କଥା ପୁଲିସ ଜାଣିବା ପରେ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣରେ ବାଣ ଜବତ କରାଯାଇଥିବା ବେଳେ ବାଣ କାରବାରରେ ସଂପୃକ୍ତ ମାଲିକଙ୍କୁ ଟାଉନ ପୁଲିସ ଗିରଫ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିବା ବେଳେ ପୁଲିସ ଜବତ ବାଣ ସଂପର୍କରେ ସବିଶେଷ ତଥ୍ୟ ଦେଇ ପାରି ନାହାନ୍ତି। ଆଜି ରାତିରେ ଭଦ୍ରକ ଟାଉନ ଏରିଆ, ପୁରୁଣାବଜାର ଏରିଆ ଓ ଗ୍ରାମାଞ୍ଚଳରେ ବାଣଣ ଚୋରା କାରବାର କରୁଥିବା କିଛି ବେପାରୀଙ୍କ ଉପରେ ଚଢାଉ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଭଦ୍ରକରେ ପ୍ରଶାସନ ପକ୍ଷରୁ ବାଣ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ କିଛି ଚୋରା ବେପାରୀ କିନ୍ତୁ ଖୋଲମ ଖୋଲା କାରବାର ଚଳାଇଛନ୍ତି। ଅନେକ ବାଣ ବେପାରୀ ଚୋରାରେ ବାଣ ନେଇ ଗ୍ରାମାଞ୍ଚଳରେ ନେଇ ଆଗୁଆ ବେପାର କରି ସାରିଲେଣି। ଗତ ତିନିରୁ ୪ ଦିନ ହେଲା ଭଦ୍ରକରେ ବିଭିନ୍ନ ସ୍ଥାନରେ ବାଣ ଫୁଟିବା ଆରମ୍ଭ ହୋଇଗଲାଣି। ପୁଲିସ୍ ଏସବୁ ଖବର ପାଉଥିଲେ ମଧ୍ୟ ନୀରବରେ ବସିଛି। ବାଣ ଫୁଟା ଉନରେ ଅଙ୍କୁଶ ଲାଗିଥିବା ବେଳେ ବାଣ କୁଆଡୁ ଆସିଲା ବୋଲି ପୁଲିସର ତଦନ୍ତ ହେବା ଜରୁରୀ ହୋଇପଡିଛି ବୋଲି ଭଦ୍ରକର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର