୩୧ ବସ୍ତା ଗଂଜେଇ ଜବତ: ୩ ବେପାରୀଙ୍କୁ ବାନ୍ଧିଲା ପୁଲିସ

ରାୟଗଡା: ପୁଣି ମିଳିଛି ରାୟଗଡା ଅବକାରୀ ଥାନା ପୁଲିସକୁ ବଡ ସଫଳତା । ୩୧ ବସ୍ତା ଗଂଜେଇକୁ ଜବତ କରି ୩ ଗଞ୍ଜେଇ ବେପାରୀଙ୍କୁ ବାନ୍ଧିଛି ଅବକାରୀ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ରୁଲିମି ମେଲେକା,ଭୁବନ ସାଉଂଟା ଓ ବିଶି ସାଉଂଟା। ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ  ନୈନା ବେଉରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସଦର ଅବକାରୀ ଥାନା ନୀରିକ୍ଷକ ସୀମାକରଣ ବେଗଙ୍କ ନେତୃତ୍ୱରେ ଥାନା ସବଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ଏବଂ ଅନ୍ୟ ଷ୍ଟାଫ ଚଢ଼ଉରେ ସାମିଲ ଥିଲେ।

ସୂଚନାଯୋଗ୍ୟ ଯେ, ଜିଲ୍ଳାର କାଶିପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ ସନ୍ଦେରପଦର ଗାଁରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ଚଢ଼ଉ କରାଯାଇଥିଲା। ଉପରୋକ୍ତ ଅଭିଯୁକ୍ତମାନଙ୍କ ଘର ଖାନତଲାସ କରିବା ପରେ ୩୧ ବସ୍ତାରେ ଥିବା ଗଂଜେଇ ଜବତ କରାଯାଇଥିଲା । ଯାହାର ଓଜନ ୪କ୍ୱିଂଟାଲ ୬୫କେଜି ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୩୭ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ନୀରିକ୍ଷକ ବେଗ୍ କହିଛନ୍ତି। ଏହି ଚଢାଉରେ ଭ୍ରାମ୍ୟମାଣ ଅବକାରୀ ଅଧିକାରୀ ରଘୁନାଥ ମୁଣ୍ଡା ଲୋହାର ମଧ୍ୟ ସାମିଲ ଥିବା ବେଳେ ଜିଲ୍ଳାର ବିଭିନ୍ନ ଅଂଚଳରୁ ଗଂଜେଇ ସଂଗ୍ରହ କରି ବାହାରକୁ ଚଢା ଦରରେ ଚୋରାଚାଲାଣ କରି ବିକ୍ରି କରିବା ପାଇଁ ଘରେ ଲୁଚାଇ ରଖିଥିଲେ । ରାୟଗଡା ଜିଲ୍ଳାକୁ ସଂପୂର୍ଣ୍ଣ ଭାବେ ଗଂଜେଇ ଚୋରାଚାଲାଣ ମୁକ୍ତ କରିବା ପାଇଁ ଅବକାରୀ କମିଶନର ଆଶିଷ କୁମାର ସିଂ ଏବଂ  ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଳା ଅବକାରୀ ଅଧିକ୍ଷକ ନୈନା ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ଚଢାଉ ଜାରି ରହିଛି । ଆଗାମୀ ଦିନରେ ଏହା ଚଢ଼ଉ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର