ରିଆମାଳ: ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ରିଆମାଳ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ ଦେଶୀ ବନ୍ଧୁକ ଜବତ କରାଯାଇଛି। ମଙ୍ଗଳବାର ରିଆମାଳ ପୁଲିସ ପକ୍ଷରୁ କଂସର ଫାଣ୍ଡି ଭୁତେଲଶଡୋ, ଅରଗେନ ଓ ଦୁମାପଥର ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଭୁତେଲଶଡୋ ଗ୍ରାମର ୩ ଜଣ ବେଆଇନ୍ ଭାବେ ବନ୍ଧୁକ ରଖିଥିବା ନେଇ ପୁଲିସ ଖବର ପାଇଥିଲା। ପରେ ପୁଲିସ ସେମାନଙ୍କ ଘରେ ଚଢ଼ କରିଥିଲା। ଏଥିରେ ତୁଳାରାମ ପ୍ରଧାନ (୩୬), ସୁରଶ ବଳୁଆ (୫୬)ଓ ଲୋକନାଥ ବଳୁଆ (୬୦)କୁ ଗିରଫ କରାଯାଇଥିଲା। ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ ଚଳାଇଛି।
୩ ବନ୍ଧୁକ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2022/01/Capture-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)