୩ ବାଲି ବୋଝେଇ ହାଇୱା ଜବତ, ୧ ଲକ୍ଷ ୩୦ ହଜାର ଟଙ୍କା ଜରିମାନା

ରାଉରକେଲା: କୁଆରମୁଣ୍ଡା ବିଭିନ୍ନ ବାଲିଘାଟରୁ ଚୋରା ଚାଲାଣ ହେଉଥିବା ତିନି ହାଇୱାକୁ କୁଆରମୁଣ୍ଡା ତହସିଲ ଜବତ କରିଛି। ତିନିଟି ଗାଡିରୁ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ଜରିମାନା କଟାଯାଇଛି। ଜବତ ଗାଡ଼ିକୁ ହେଉଛି ଓଡି୧୪ଏକ୍ସ-୭୭୬୫, ଓଡ଼ି୧୪ଏକ୍ସ-୭୭୪୮ ଓ ସିଜି୦୪ଏଲ୍‌ଡି-୧୯୪୦। ତିନିଟି ଗାଡିରେ ବାଲି ବୋଝେଇ ହୋଇ ଚାଲାଣ ହେଉଥିବା କୁଆରମୁଣ୍ଡା ତହସିଲଦାରଙ୍କୁ ସୂଚନା ମିଳିଥିଲା। ସୂଚନା ଆଧାରରେ ତହସିଲଦାର ଡକ୍ଟର ରାଜେଶ ସାହୁ, ଆର୍‌ଆଇ ଜାନବି ବାଡା, ବେଣୁଧର ବେହେରା କୁଆରମୁଣ୍ଡା ତହସିଲ ଅଫିସ୍‌ ନିକଟରୁ ତିନିଟି ଗାଡିକୁ ଜବତ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ତହସିଲ ଅଧୀନରେ ଥିବା ବାଲିଘାଟରୁ ବେଧଡକ ବାଲି ଚୋରା ଚାଲାଣ ହେଉଛି। ଅନେକ ଘାଟରୁ ବିନା ଲିଜ୍‌ରେ ଶହ ଶହ ଟ୍ରକ ବାଲି ଉଠାଯାଉଛି। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏଭଳି ବେଆଇନ ଚୋରା କାରବାର ଚାଲିଥିଲେ ହେଁ ବିଭାଗୀୟ ଅଧିକାରୀଙ୍କୁ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅଭିଯୋଗ ଆସିଲେ ଚଢ଼ଉ କରାଯାଉଛି। କିଛି ଜରିମାନା କରି ଗାଡିଗୁଡ଼ିକୁ ଛାଡି ଦିଆଯାଇଛି। ପରବର୍ତ୍ତୀ ସମୟରେ ସ୍ଥିତି ସେମିତିକୁ ‌ସେମିତି। ସବୁଠୁ ଆଶ୍ଚର୍ଯ୍ୟ କଥା, କିଛି ବାଲିଘାଟରେ ପୋକ୍‌ଲେନ୍‌ ବ୍ୟବହାର କରି ଶହ ଶହ ଟ୍ରକ ବାଲି ଉଠାଣ ହେଉଥିବା ସୂଚନା ତହସିଲଦାର ଓ ସ୍ଥାନୀୟ ପୁଲିସ ପାଖରେ ପହଞ୍ଚୁଛି। ମାତ୍ର ବାଲିମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ଭିତିରି ସଲାସୁତୁରା ଯୋଗୁଁ ଚଢ଼ଉ ଦାୟିତ୍ବରେ ଥିବା ଟିମ୍‌ ଏମାନଙ୍କ ପାଖ ପଶୁନାହାନ୍ତି। ଫଳରେ ସରକାର ମାସକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ବାଲିଘାଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାଫିଆ ରାଜ ବନ୍ଦ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର