ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କମାଗଡ଼ ପଞ୍ଚାୟତର ଭରତପୁର ଗାଁରେ ଜମିବାଡ଼ି ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ମାଡ଼ପିଟ୍ ଓ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡ ଓ ମାଡ଼ପିଟରେ ସୁଜାତା ପ୍ରଧାନ,(୫୦ ବର୍ଷ), ତାଙ୍କ ଦୁଇ ପୁଅ ବିବେକ ଓ ରଞ୍ଜନ ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ମାନପିଟ ହେବା ସମୟରେ ଅଭିଯୁକ୍ତ ମହେଶ୍ୱର ଦାସ ବନ୍ଧୁୁକ ଆଣି ଗୁଳି ଫୁଟାଇ ଦେଇଥିବା ଅଭିଯୋଗ ହୋଇଛି।ଆହତମାନଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଯାଜପୁର: ଜମିବାଡ଼ିକୁ କେନ୍ଦ୍ର କରି ଗୁଳିକାଣ୍ଡ, ୩ ଆହତ
/sambad/media/post_attachments/wp-content/uploads/2018/01/Jajpur_Firing-1.jpg)