ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଆଦିନଗରସାହି ସ୍କୁଲରେ ୧୯ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ନିୟମିତ ଶିକ୍ଷକ

ଲକ୍ଷ୍ମୀପୁର: ଶିକ୍ଷା ବ୍ୟବସ୍ଥାରେ ସଠିକ୍‌ ନିତି ଅବଲମ୍ବନ କରାଯାଇ ପାରୁ ନ ଥିବା କାରଣରୁ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷକ ଅଧିକ ଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଦେଖିବାକୁ ମିଳୁଛି। ମାତ୍ର ରାଜ୍ୟରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ହାର ଅନୁସାରେ ଶିକ୍ଷକ ନାହାନ୍ତି, ଯେଉଁଥି ପାଇଁ ଶିକ୍ଷାଦାନ ପ୍ରଭାବିତ ହେଉଛି। ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗ୍ରାମପଞ୍ଚାୟତର ଆଦିନଗରସାହିରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଙ୍କ ଅନୁପାତ ଅଧିକ।

ଆଦିନଗରସାହି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୧୯ଜଣ ହୋଇଥିବା ବେଳେ ଏମାନଙ୍କ ଶିକ୍ଷାଦାନ ସକାଶେ ରହିଛନ୍ତି ୩ ଜଣ ନିୟମିତ ଶିକ୍ଷକ। ଶିକ୍ଷକମାନେ ମଧ୍ୟ ଆବଶ୍ୟକ ପରିମାଣର ଛାତ୍ରଛାତ୍ରୀ ନ ଥିବା କାରଣରୁ ପାଠପଢାଇବା ସକାଶେ ମଧ୍ୟ ମନ କରୁ ନାହାନ୍ତି। କିଛି ଶିକ୍ଷକ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ଡେପୁଟେସନ୍‌ରେ ପଠାଇବା ସକାଶେ ଅନୁରୋଧ କରିଛନ୍ତି କିନ୍ତୁ ତାହା ମଧ୍ୟ ହୋଇପାରୁ ନାହିଁ।

୩୦ ଜଣ ଛାତ୍ରଛାତ୍ରୀଙ୍କ ସକାଶେ ଜଣେ ଶିକ୍ଷକ ଆବଶ୍ୟକ ଥିବାଥିବା ବେଳେ ପ୍ରତ୍ୟକ ସ୍କୁଲରେ କିନ୍ତୁ ଅତିକମ୍‌ରେ ୨ଜଣ ଶିକ୍ଷକ ରହିବା ମଧ୍ୟ ନିୟମ ରହିଛିା ଏପରି ସ୍ଥିତିିରେ ୧୯ଜଣ ଛାତ୍ରଛାତ୍ରୀଙ୍କ ସକାଶେ କେଉଁ ନିୟମ ଆଧାରରେ ୩ ଜଣ ନିୟମିତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି, ତାହା ପ୍ରଶ୍ନବାଚି ସୃଷ୍ଠିକରିଛିା

ବ୍ଲକରେ ଏମିତି ଅନେକ ସ୍କୁଲ ରହିଛି ଯେଉଁଠି ଶିକ୍ଷକଙ୍କ ଅଭାବ କାରଣରୁ ଗୋଟିଏ ଶ୍ରେଣୀରେ ଦୁଇ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକାଠି ଜଣେ ଲେଖାଏ ଶିକ୍ଷକ ପାଠ ପଢାଉଛନ୍ତି। ବ୍ଲକ ଶିକ୍ଷା ବିଭାଗକୁ ଏ ସ୍କୁଲରେ ଅଧିକ ଥିବା ଶିକ୍ଷକ ପଦବି କିପରି ଦେଖାଯାଉନାହିଁ ତାହା ସବୁଠାରୁ ବଡ ପ୍ରଶ୍ନା

ଅନ୍ୟପକ୍ଷରେ ଶୁକ୍ରବାର ୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଗୋଟାଏ କୋଠରୀରେ ପାଠ ପଢାଯାଉଥିବା ଦେଖିବାକୁ ମିଳିଥିଲା। ଏମିତିରେ ମଧ୍ୟ ଆଦିନଗର କଲୋନି ଠାରୁ ଚମ୍ପି ପ୍ରାଥମିକ ବିଦ୍ୟାଳୟ ଅଧ କିଲୋମିଟର ଦୁରରେ ରହିଥିବା ବେଳେ କେଉଁ ସ୍ଥିତିରେ ଏଠାରେ ସ୍କୁଲ ନିର୍ମାଣ କରାଯିବା ସହ ଏତେ କମ୍‌ ଛାତ୍ରଛାତ୍ରୀଙ୍କ ସକାଶେ ଲକ୍ଷାଧିକ ଟଙ୍କା ମାସିକ ବ୍ୟୟ କରାଯାଇ ସ୍କୁଲଟିକୁ ଚଳନୀୟ ଭାବେ ରଖାଯାଇଛି ତାହା କିଛି ବୁଝାପଡୁନାହିଁ। ଆସନ୍ତା ବର୍ଷ ଆଦିନଗର ସ୍କୁଲର ଛାତ୍ରଛାତ୍ରୀଙ୍କୁ ଚମ୍ପି ସ୍କୁଲରେ ସାମିଲ କରାଯାଇ ସେଠାକାର ଶିକ୍ଷକମାନଙ୍କୁ ଏଠାକୁ ଅଣାଗଲେ ଭଲହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତିା

ସମ୍ବନ୍ଧିତ ଖବର