ରାଉରକେଲା : ସୁନା ଅଳଙ୍କାର ଚୋରି ଓ ଲୁଟ ଗ୍ୟାଙ୍କର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ସମେତ ତିନିଜଣକୁ ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ମଧ୍ୟରେ ଚୋରା ସୁନା ଅଳଙ୍କାର କିଣିଥିବା ଦୁଇ ସୁନା ବେପାରି ବାସନ୍ତୀ ମାଲଗୋଦାମର ରାଜେଶ କୁମାର ଶର୍ମା ଓ ଅକ୍ଷୟ ବର୍ମା ଅଛନ୍ତି। ଗିରଫ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଏମାନଙ୍କ ନିକଟରୁ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଜବତ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ଗିରଫ ନାବାଳକ ବାସନ୍ତୀ କଲୋନିର ସୁମିତ ଶର୍ମାଙ୍କ ଘରୁ ୫୨ ଗ୍ରାମ ସୁନା ଅଳଙ୍କାର ଚୋରି କରି ନେଇଥିଲା। ସେମିତି ବାସନ୍ତି କଲୋନିର ସମ୍ବା ହାବିଲଦାରଙ୍କ ଘରୁ ୩୫ ଗ୍ରାମ ସୁନା ଚୋରି କରିଥିଲା। ଏଥିସହ ଶର୍ମିଷ୍ଠା ଭୂଇଁଆ, ପାର୍ବତୀ ଜେନା ଓ ସୋମା ଦେବୀଙ୍କ ବେକରୁ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ। ଚୋରି ଓ ଲୁଟ ସୁନା ଗହଣାକୁ ଗିରଫ ଦୁଇ ସୁନା ବେପାରୀକୁ କମ ଦାମରେ ବିକି ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp