ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଛି। ବାଲି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପୁଲିସ, ତହସିଲ ଓ ଖଣି ବିଭାଗ ନିୟମକୁ ଫୁ କରି ଦେଇଛନ୍ତି ପଡୋଶୀ ଝାଡ଼ଖଣ୍ଡର ମାଫିଆମାନେ ସୀମାନ୍ତ ତିରିଂରେ ଆସି ବିଭିନ୍ନ ବାଲିଘାଟ ରୁ ବେଆଇନ ଭାବେ ବାଲି ସହିତ ଲଘୁ ଖଣିଜ ପଦାର୍ଥକୁ ଲୁଟ କରୁଛନ୍ତି।
Advertisment
ସ୍ଥାନୀୟ କୁଜି ରାଜନେତା, ଗ୍ରାମବାସୀଙ୍କୁ କିଛି କିଛି ପ୍ରଲୋଭନ ଦେଖାଇ ଦିନରାତି ବାଲି ଚୋରା ଚାଲାଣ କରୁଛନ୍ତି। କେହି ପ୍ରତିବାଦ କଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଧମକ ଚମକ ଦେଉଛନ୍ତି। ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତିରିଂ ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ତାଙ୍କ ଟିମ୍ ନୂଆଗାଁ ଛକରେ ଝାଡଖଣ୍ଡ ଅଂଚଳର ୩ ଟି ବେଆଇନ ବାଲି ବୋଝେଇ ହାଇୱା ଜେଏଚ-୦୫ ବିଏଫ୍- ୭୨୫୨, ଓଆର -୦୪ଜେ-୩୨୬୪ ଏବଂଜେଏଚ-୦୫- ଏସ -୫୪୨୨ କୁ ଜବତ କରିବା ସହ କେଶ ନମ୍ବର ୪୬/୨୪,୪୭/୨୪ ଏବଂ ୪୮/୨୪ ରେ ପୃଥକ୍ ପୃଥକ୍ ମାମଲା ରୁଜୁ କରି ୩ ଜଣ ଡ୍ରାଇଭର ଝାଡ଼ଖଣ୍ଡ ରାଜ୍ୟର କୁଆଲି ଥାନା ଅଂଚଳର ଚୈତନ୍ୟ ସୋରେନ, ପଟକା ଥାନା ଅଂଚଳର ଜୟଦେବ କୁମାର ଦେ ଓ ରାଜାରାମ ଗୋପ ଙ୍କୁ କୋର୍ଟ ଚାଲାଣ କରିଛନ୍ତି। ହାଇୱା ଗାଡ଼ି ଧରା ପଡ଼ିବା ଜାଣି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।