ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବିଜାପୁର ଜିଲ୍ଲାରେ ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଛି। ବର୍ଷାରେ ମଧ୍ୟ ନକ୍ସଲଙ୍କ ଉତ୍ପାତ ବଢିଛି। ନକ୍ସଲ ଆଜି ସଂଧ୍ୟା ୫ଟା ବେଳେ ଏହି ଜିଲ୍ଲାର ପଦେଡା ଗ୍ରାମରେ ଜିଓ ଟାଵାର ବସାଇବା ପାଇଁ ନିୟୋଜିତ ଥିବା ତିନୋଟି ଜେସିବି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏଥିସହ ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି। ପରେ କିନ୍ତୁ ସମସ୍ତ କର୍ମଚାରୀଙ୍କୁ ଛାଡି ଦେଇଥିଲେ। ରାତି ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରିନଥିବା ଜଣାପଡିଛି।
/sambad/media/post_attachments/wp-content/uploads/2022/07/Mkg-naxal-brunt-JCB-1-1024x480.jpg)
ତେବେ ଆଗକୁ ସହିଦ ଦିବସ ରହିଥିବା ଏବଂ ବର୍ଷା ଦିନେ ନକ୍ସଲ ଏକ ପ୍ରକାର ହିଂସ୍ର ହୋଇଯାନ୍ତି। ବିଭିନ୍ନ ସରକାରୀ ଜିନିଷକୁ ଲୁଟପାଟ କରିବା, ପୋଡି ଦେବା ସହ ନିରୀହ ଲୋକଙ୍କୁ ହତ୍ୟା କରି ସେହି ଅଂଚଳରେ ନିଜର ପତିଆରା ରହିଥିବା ଜାହିର କରନ୍ତି। ତେବେ ନକ୍ସଲ ଏଭଳି ଘଟଣା ଘଟାଇ ମାଲକାନଗିରି ସୀମାନ୍ତରେ ପହଞ୍ଚୁଥିବା ଜଣାପଡିଛି। ମାଲକାନଗିରି ଏବଂ ଛତିଶଗଡ ପୁଲିସ ତରଫରୁ କମ୍ବିଂକୁ ଜୋରଦାର କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-naxal-brunt-JCB-2.jpg)