ଭଦ୍ରକ: ଗେଲଟୁଆ ପଂଚାୟତର ୩ ଗାଁକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ପଂଚାୟତର ୩ ଗାଁକୁ ସ୍ଥାନୀୟ ସରପଞ୍ଚ ସରୋଜ ଦାସ ସର୍ଟଡାଉନ ଘୋଷଣା କରିଛନ୍ତି । ଭଦ୍ରକ ସହର ନିକଟବର୍ତ୍ତୀ ଗେଲଟୁଆ ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଫେରି କ୍ୱାରେଣ୍ଟାଇନରେ ରହିଥିବା ବେଳେ ଅନେକ ପ୍ରବାସୀ ଲୁଚିଛପି ରାତିରେ ଓ ଭୋରରେ ଗାଁକୁ ପଶି ନଯିବା ପାଇଁ ଏହି ପଞ୍ଚାୟତର ତିନିଟି ଗାଁ ଜଳଙ୍ଗା, କୁଆପଦା ଓ ଗେଲଟୁଆ ଗ୍ରାମକୁ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସର୍ଟଡାଉନ ଘୋଷଣା କରିଛନ୍ତି । ଏହା ଫଳରେ ସନ୍ଧ୍ୟା ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କର ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି ।

ସମ୍ବନ୍ଧିତ ଖବର