ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ା ଥାନା ଅନ୍ତର୍ଗତ ତଲେଇପଥର ଗାଁରେ ଆଜି ଅପରାହ୍ନ ସାଢ଼େ ୩ଟାରେ ଜଣେ ୩ ବର୍ଷର ଶିଶୁ କୂଅରେ ପଡ଼ିଯିବାରୁ ତାର ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୋକୁଳା ନାୟକଙ୍କ ପୁଅ ଚିତ୍ତରଞ୍ଜନ ଘର ପଛପଟରେ କୂଅ ପାଖରେ ଖେଳୁଥିଲା। ଖେଳିବା ସମୟରେ ଚିତ୍ତରଞ୍ଜନ ପାଖରେ କେହି ନ ଥିଲେ। ଗରିବ ପରିବାର ଯୋଗୁଁ ବାପା ଦିନ ମଜୁରୀ କରିବାକୁ ଯାଇଥିଲା ବେଳେ ମା’ ଘର କାମରେ ବ୍ୟସ୍ତରେ ଥିଲେ।

Advertisment

ବହୁ ସମୟ ପର୍ଯ୍ୟନ୍ତ ଚିତ୍ତରଞ୍ଜନକୁ ନ ପାଇ ମା’ ପଡୋଶୀ ଘରେ ମଧ୍ୟ ଖୋଜାଖୋଜି କରି ପାଇ ନ ଥିଲେ। ଶେଷରେ ସେ କୂଅରେ ପୁଅ ଭାସୁଥିବା ଦେଖିଥିଲେ। ପୁଲିସ ଶିଶୁକୁ କୂଅରୁ ଉଦ୍ଧାର କରି ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା। ଡାକ୍ତରଖାନାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ପୋଲିସ ମୃତହେଦ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।