ପୋଖରୀରେ ବୁଡି ୩ ବର୍ଷର ଶିଶୁକନ୍ୟା ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଦରାସାହି ଗ୍ରାମର ସାଢ଼େ ୩ ବର୍ଷର ଶିଶୁକନ୍ୟା ପୋଖରୀରେ ଗାଧୋଇବା ସମୟରେ ବୁଡି ମୃତ୍ୟୁବରଣ କରିଛି। ଆଜି ସକାଳ ୧୧ ଟାରେ ଗ୍ରାମର ବାବୁଲି ମାହାରଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହିର ପିଲାଙ୍କ ମେଳରେ ଗ୍ରାମର ଦରଗାଡବନ୍ଧକୁ ଯାଇଥିଲା। ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡିଯାଇଥିଲା। ଗ୍ରାମବାସୀଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଛେଣ୍ଡିପଦା ପୁଲିସ ଲକ୍ଷ୍ମୀପ୍ରିୟାର ମୃତଦେହ ଜବତ ପରେ ବ୍ୟବଛେଦ କରାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର