୧୫ ଦିନ ଭିତରେ ୨ୟ ଘଟଣା: ପୁଣି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ନାବାଳକ ଅଟକ

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣା ୧୫ ଦିନ ପୂରି ନ ଥିବା ବେଳେ କେ.ନୁଆଗାଁ ଥାନା ଅଞ୍ଚଳରେ ପୁଣି ତିନି ବର୍ଷର ଶିଶୁକନ୍ୟାକୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ସନ୍ଦେହରେ ସଂପୃକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ନାବାଳକ ଜଣକ ନାବାଳିକାକୁ ଚକୋଲେଟ ଲୋଭ ଦେଖାଇ ଏକ ନିର୍ଜନ ସ୍ଥାନକୁ ଡାକି ନେଇଥିଲା। ଏହା ପରେ ସେଠାରେ ସେ ଦୁଷ୍କର୍ମ କରି ଘଟଣାସ୍ଥଳରୁ ନାବାଳିକାକୁ ଛାଡ଼ି ପଳାଇ ଯାଇଥିଲା। ଏଥି ସହିତ ନାବାଳିକାକୁ ଘଟଣା ସଂପର୍କରେ କାହାରିକୁ କିଛି ନ କହିବା ପାଇଁ ପ୍ରବର୍ତ୍ତାଇଥିଲା। ତେବେ ନାବାଳିକା ଘରକୁ ଫେରି ନିଜ ପରିବାର ଲୋକଙ୍କୁ ସବୁ କଥା କହିବା ପରେ କେ.ନୁଆଗାଁ ଥାନା ଅଭିଯୋଗ ହୋଇଛି। ଉଭୟ ୩ ବର୍ଷର ଶିଶୁକନ୍ୟା ଓ ୧୪ ବର୍ଷିଅ ନାବାଳକଙ୍କୁ ଡ଼ାକ୍ତରୀ ମାଇନା କରିଥିବା ଜଣାପଡ଼ିଛି। ଶିଶୁକନ୍ୟା ସୁସ୍ଥ ଥିବା ପୁଲିସ କହିଛି ।

ଗତ ୧୫ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଘଟଣାଟି ଚାପି ହୋଇ ରହିଥିଲା । ଆଜି ଅଭିଯୋଗ ହେବା ପରେ ଚିକିଟି ମାଟିରେ ଏପରି ଦିନକୁ ଦିନ ଲଜ୍ଜାଜନକ ଘଟଣା ଘଟିବା ଏବଂ ଆଇନଶୃଂଖଳା ବିପର୍ଯ୍ୟସ୍ତ ହୋଇଥିବା ସାଧାରଣରେ କୁହାଯାଇଛି । ପୁଲିସ ମାମଲା ରୁୁଜୁ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର