ତିନି ବର୍ଷର ଶିଶୁକନ୍ୟା ବସଷ୍ଟାଣ୍ଡରୁ ଉଦ୍ଧାର, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନକୁ ହସ୍ତାନ୍ତର

ଭଦ୍ରକ: ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ଶନିବାର ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ବସ୍‌ଷ୍ଟାଣ୍ଡରେ ପିଲାଟି ଏକାକୀ ବସି କାନ୍ଦୁଥିବା ବେଳେ ଯାତ୍ରୀମାନେ ତାହା ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନା ମିଳିବା ପରେ ସହରାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କନ୍ୟାଟିକୁ ଉଦ୍ଧାର କରି ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ‘ବାତ୍ସଲ୍ୟ’ରେ ଛାଡି ଦେଇଛି। ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ପରିଚୟ ମିଳିପାରିନାହିଁ। ତିନି ବର୍ଷର ଶିଶୁକୁ ତା’ର ମା’ ଛାଡ଼ି ଦେଇ କୁଆଡେ ଚାଲିଯାଇ ଥାଇ ପାରେ ବୋଲି କିଛି ଲୋକଙ୍କ ସନ୍ଦେହ ହେଉଛି।

ଆଜି ସନ୍ଧ୍ୟାରେ ତିନି ବର୍ଷର ଶିଶୁକନ୍ୟା ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବସିଥିଲା। ପାଖରେ କେହି ଆତ୍ମୀୟ ଲୋକ ଥିବାରୁ ଝିଅଟି କେବଳ କାନ୍ଦୁଥିଲା। ସ୍ଥାନୀୟ ଲୋକେ ମନେ କରିଥିଲେ ଯେ, ଝିଅଟି ବେସାହାରା ହୋଇଛି। ଏହା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ବନ୍ତ ପୁଲିସ ଅଳ୍ପ ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର