ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର: ଏକ ହତ୍ୟା ଉଦ୍ୟମ ମାମଲାରେ ନବରଙ୍ଗପୁର କୋର୍ଟର ମୁଖ୍ୟ ବିଚାରବିଭାଗୀୟ ବିଚାରପତି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୬ ଅଗଷ୍ଟ ୧୫ ତାରିଖରେ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଡେଙ୍ଗପଦର ଗାଁରେ ଜମି ବିବାଦକୁ କେନ୍ଦ୍ର କରି ଦେବ ଭତ୍ରାଙ୍କୁ ସେହି ଗାଁର ଲକିନାଥ ଚାଲାଣ ଏକ ମାରଣାସ୍ତ୍ର ସାହାଯ୍ୟରେ ମୁଣ୍ଡକୁ ମରଣାତ୍ମକ ଆକ୍ରମଣ କରିଥିବା ନେଇ ତାଙ୍କ ସମ୍ପର୍କୀୟା ଶୋଭା ନାୟକ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ।

ତେନ୍ତୁଳିଖୁଣ୍ଟି ଥାନା ପକ୍ଷରୁ କେସ ନଂ ୫୧/୧୬ରେ ମାମଲା ରୁଜୁ କରି ଲକିନାଥ ଚାଲାଣକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏହି ମାମଲା ନବରଙ୍ଗପୁର କୋର୍ଟରେ କେସ ନଂ ୫/୨୦୧୮ ରେ ମାମଲା ବିଚରାଧିନ ରହିଥିଲାଯ ଗତ କାଲି ନବରଙ୍ଗପୁର କୋର୍ଟର ମୁଖ୍ୟ ବିଚାରବିଭାଗୀୟ ବିଚାରପତି ରାଜ କୁମାର ଦାସ ୧୦ ଜଣ ସାକ୍ଷ ପ୍ରମାଣକୁ ବିଚାର କରି ଲକିରାମ ଚାଲାଣକୁ ଦଫା ୩୦୭ ଆଇପିସିରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ୩ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ କୁମାର ମିଶ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର