ବାଲେଶ୍ବର: ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ଟିମ୍‌ରେ ବାଲେଶ୍ବର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ତିନିଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। କ୍ରିକେଟ୍ ଆସୋସିଏସନ୍ ଫର୍‌ ବ୍ଲାଇଣ୍ଡ ଇନ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତୀୟ ଟିମ୍‌ରେ ଓଡ଼ିଶାରୁ ମୋଟ୍‌ ୪ ଜଣ ଖେଳାଳି ସ୍ଥାନ ପାଇଥିବା ବେ‌ଳେ ଏଥିରୁ ବାଲେଶ୍ବରର ୩ ଜଣ ବିଭିନ୍ନ ବର୍ଗରେ ରହିଛନ୍ତି। ବି-୧ ବର୍ଗରେ ପଦ୍ମିନୀ ଟୁଡୁ, ବି-୨ ବର୍ଗରେ ବାସନ୍ତୀ ହାଁସଦାଃ, ବି-୩ ବର୍ଗରେ ଫୁଲ ସୋରେନ୍‌ ସ୍ଥାନ ପାଇଛନ୍ତି।

Advertisment

କେରଳର କୋଚି ଠାରେ ଅନୁଷ୍ଠିତ କ୍ୟାମ୍ପ୍‌ ଶିବିରରେ ବିଭିନ୍ନ ରାଜ୍ୟରୁ ଖେଳାଳି ଅଂଶଗ୍ରହଣ କରିଥିଲେ। ଅଗଷ୍ଟ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ମିଂହାମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ତରଫରୁ ଏମାନେ ଖେଳିବେ। ଖେଳାଳିଙ୍କର ଏହି ସଫଳତା ବାଲେଶ୍ବରକୁ ଗର୍ବିତ କରିଛି। ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।