ସମ୍ବଲପୁର:ଶିକ୍ଷକଙ୍କ ତଣ୍ଟିକାଟି ହତ୍ୟା

ସମ୍ବଲପୁର: ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କ ତଣ୍ଟିକାଟି ବିଭତ୍ସଭାବେ ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତ ବିଶିପାଲି ଗାଁର ଶରତ ବାରିକ( ୨୫ ବର୍ଷ) କଦଳିବାଡ଼ି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରନ୍ତି। ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ନିଜ ଘରେ ଖାଇ ସାରି ହାତ ଧୋଇବାକୁ ଘରର ବାଡ଼ି ପଟକୁ ଯାଇଥିଲେ। ମାତ୍ର କିଛି ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ସନ୍ଦେହରେ ବାଡ଼ିପଟକୁ ଯାଇ ଦେଖିଲା ବେଳକୁ ଶ୍ରୀ ବାରିକଙ୍କ ତଣ୍ଟି କଟା ରକ୍ତ ଜୁଡ଼ୁବୁଡ଼ ମୃତଦେହ ଘର ପଛପଟେ ପଡ଼ିଛି। କେହି ଦୁର୍ବୃତ୍ତ ଯିଏ ଶ୍ରୀ ବାରିକଙ୍କ ଗତିବିଧି ଉପରେ ନଜର ରଖିଥିଲା, ତାଙ୍କୁ ହତ୍ୟା କରିବା ପାଇଁ ବାଡ଼ି ପଛପଟେ ଛପି ରହିଥିଲା। ଓ ସେ ବାଟି ପଟକୁ ଯିବା ମାତ୍ରେ ତାଙ୍କ ପାଟିକୁ ଜାବୁଡ଼ି ଧରି ତଣ୍ଟି କାଟି ଦେଇଥାଇ ପାରେ ବୋଲି ପୁଲିିସ ସନ୍ଦେହ କରୁଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର