ସୋନପୁର: ପୁଣି ଜଣେ ଅଜଣା ମହିଳାଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପଧାନପାଲୀ ଠାରେ ଆଜି ସକାଳେ ଜଣେ ବିବାହିତା ମହିଳାଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ।ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ମଧ୍ୟ ସୋନପୁର ଜିଲ୍ଲା ରେ ଜଣେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା। ତାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ପଧାନପାଲୀ ଗାଁ ନିକଟ ଚାଷ ଜମିରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ପଡ଼ିଥିବା ଗ୍ରାମର କେତେକ ଲୋକ ଦେଖିବା ପରେ ଘଟଣା ପ୍ରଚାର ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ଆଖପାଖ ଅଞ୍ଚଳର ଲୋକ ଘଟଣାସ୍ଥଳକୁ ଧାଇଁଥିଲେ।ମାତ୍ର ମୃତ ମହିଳାଙ୍କୁ କେହି ଚିହ୍ନଟ କରି ପାରି ନ ଥିଲେ କିମ୍ବା କୌଣସି ସୂତ୍ରରୁ ମହିଳାଙ୍କ ପରିଚୟ ଜଣାପଡ଼ି ନ ଥିଲା। କେହି ଦୁର୍ବୃତ୍ତ ଏହି ଅଜଣା ମହିଳାଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇ ଯାଇଥିବା ଲୋକେ ଅନୁମାନ କରୁଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର