ବାରିପଦାରେ କାଳ ବୈଶାଖୀ ପ୍ରଭାବ, ଘଡ଼ଘଡ଼ି ସହିତ ବର୍ଷା

ବାରିପଦା: ବାରିପଦା ସହରରେ କାଳ ବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଓଡ଼ିଶା ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ୟ ହେଲା । ଆଜି ପୂର୍ବାହ୍ନରେ ମାଡ଼ି ଆସିଥିଲା ପବନ, ଘଡ଼ଘଡ଼ି ସହିତ ବର୍ଷା । ବାରିପଦାସ୍ଥିତ କୃଷି ବିଭାଗର ପାଣିପାଗ ବିଭାଗର ଅଧିକାରୀ କମଳ ଲୋଚନ ନାଥଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସହରରେ ୧୩.୮ ମିଲି ବର୍ଷା ରେକର୍ଡ଼ କରାଯାଇଥିବାର ଜଣାପଡ଼ିଛି ।

ସେହିପରି ଆଜି ସହରରେ ତାପମାତ୍ରା ସର୍ବାଧିକ ୩୩.୨ ଡ଼ିଗ୍ରୀ ରହିଥିଲା । ତେବେ କାଳ ବୈଶାଖୀ ପ୍ରଭାବରେ ସହରରେ କୌଣସିଠାରେ କ୍ଷୟକ୍ଷତି ଘଟି ନ ଥିବାର ଜଣାପଡ଼ିଛି । ପୁଣି ଆସନ୍ତାକାଲି ମଧ୍ୟ ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରକାଶ ଥାଉକି, ବାରିପଦା ସହରରେ ଚଳିତ ମେ ମାସର ୭ ଓ ୯ରେ ସର୍ବାଧିକ ୩୭ ଡ଼ିଗ୍ରୀ ଏବଂ ୪ରେ ସର୍ବନିମ୍ନ ୩୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଏପ୍ରିଲ ମାସର୨୭ ତାରିଖରେ ସର୍ବାଧିକ ୪୨.୫ ଡ଼ିଗ୍ରୀ ଓ ୯ରେ ସର୍ବନିମ୍ନ ୩୫.୨ ଡ଼ିଗ୍ରୀ ତାପମାତ୍ରା ରହିଥିଲା ।

ସମ୍ବନ୍ଧିତ ଖବର