ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଦଅଁଳା ଗ୍ରାମରେ ଆଜି ଅପରାହ୍ଣରେ ପ୍ରବଳ ଝଡ଼ତୋଫାନ ଓ ବର୍ଷାରେ ୧୩ ରୁ ଊର୍ଦ୍ଧ୍ବ ଘରର ଛପର ଉଡ଼ିଯାଇଛି। ଗଛ ପଡ଼ିବାରୁ ୫ରୁ ଊର୍ଦ୍ଧ୍ବ ଘର ନଷ୍ଟ ହୋଇଯାଇଛି। ଆଜି ଅପରାହ୍ଣରେ ହଠାତ ବର୍ଷା ଓ ପବନ ହୋଇଥିଲା। ପରିବାର ଲୋକେ ଘର ଭିତରେ ଥିବାବେଳେ ଆଜବେଷ୍ଟସ ଓ ଟାଇଲ, ଖପର ଉଡ଼ିଯିବା ସହ ଘର ଭାଙ୍ଗିଯାଇଛି। ଚନ୍ଦୁରୁ ମୁଣ୍ଡା, ପୁଟୁ ମହାରଣା, ସନାତନ ପାତ୍ର, ଶିବ ପାତ୍ରଙ୍କ ଘର ଉପରେ ଗଛ ପଡ଼ିବାରୁ ପରିବାର ଲୋକେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇ ଯିବାରୁ ବଡ଼ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘର ଭାଙ୍ଗି ନଷ୍ଟ ହୋଇଯାଇଥିବାରୁ ଲୋକମାନେ ବାହାରେ ପାଲ ଟାଣି ଆଶ୍ରୟ ନେଇଛନ୍ତି।
/sambad/media/post_attachments/wp-content/uploads/2024/06/c22844d1-f6b1-4f06-9b7b-fc88571564cd.jpeg)
ଅସହାୟ ଗରିବ ପରିବାରର ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମର ସୌରୀ ପାତ୍ର, ପାହାନ୍ତି ପାତ୍ର, ଭାରତୀ ସୋରେନ, ଟେବକା ମୁଣ୍ଡା, ଗୋପାଳ ମୁଣ୍ଡା, ଶର୍ମା ମହାରଣା, ସୁନା ମହାରଣା, ମଣି ଦେହୁରୀ, କବି ପୁହାଣଙ୍କ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସମସ୍ତେ ଏବେ ବେସାହାରା ହୋଇଯାଇଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/f3b3782b-34da-4f76-8ad6-f0b64088411a.jpeg)