ହରିଚନ୍ଦନପୁର: କାଳବୈଶାଖୀରେ ଆଜି ସକାଳେ ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ ଗଣ୍ଡଡ଼ିହା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗ୍ରାମର ଲକ୍ଷ୍ମଣ କୁମାର ମହାନ୍ତଙ୍କ ୪ ବଖରା ଘରର ଆଜବେଷ୍ଟସ ଉଡ଼ି ଯିବା ସହ ୪ ବଖରା ଘରର ଟାଇଲ୍ ଛପର ଭାଙ୍ଗି ନଷ୍ଟ ହୋଇଯାଇଛି। ଟାଇଲ ଭାଙ୍ଗିଯିବା ଦ୍ବାରା ଘରର ଭିତରେ ଥିବା ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ଏଥି ସହିତ ଟାଇଲ୍ ଛପର ଉପରେ ଗଛ ପଡ଼ି ଶତ୍ରୁଘ୍ନ ମହାନ୍ତଙ୍କ ଦୁଇଟି ବଖରା ଟାଇଲ୍, କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଦୁଇ ବଖରା, ବିଜେନ୍ଦ୍ର ମହାନ୍ତ ଓ ସନାତନ ମହାନ୍ତଙ୍କ ଗୋଟିଏ ଲେଖାଏଁ ବଖରା ଘରର ଟାଇଲ୍ ଭାଙ୍ଗିଯିବା ସହିତ ଘର ଭିତରେ ଥିବା ଜିନିଷପତ୍ର ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
କାଳ ବୈଶାଖୀରେ ଘର ଛପର ଉଡ଼ିଲା
/sambad/media/post_attachments/wp-content/uploads/2021/05/afb4ab39-8eb5-45bf-9be8-ea69131fa3a4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)