ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘଡ଼ଘଡି ସହ ବର୍ଷା ହୋଇଛି। ଅନେକ ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି। ଏହାଦ୍ବାରା ଅନେକ ପନିପରିବା ଚାଷ ନଷ୍ଟ ହୋଇଛି। ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇଛି। ଫଳର ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହେଉଛି। ବୀରମହାରାଜପୁର କଲେଜ ସମ୍ମୁଖରେ ଏକ ବଡ଼ ଜାମୁଗଛ ଭାଙ୍ଗିଯିବାରୁ ମେଣ୍ଡାମାଳ ରାସ୍ତା ଅବରୋଧ ହୋଇଛି। ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଅଧିକାରୀ କବି ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ମେସିନ୍ ସାହାଯ୍ୟରେ ଗଛକାଟି ରାସ୍ତା ଅବରୋଧ ହଟାଇବା ଆରମ୍ଭ କରୁଛନ୍ତି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଛ ଭାଙ୍ଗିଯିବାରୁ ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି।
ବୀରମହାରାଜପୁରରେ କାଳବୈଶାଖୀ ପ୍ରଭାବ: ବଜ୍ରପାତ ଓ କୁଆପଥର ସହ ବର୍ଷା, ଗଛପଡ଼ି ରାସ୍ତା ଅବରୋଧ
/sambad/media/post_attachments/wp-content/uploads/2021/03/2deb86bd-c5fc-4055-a6af-8f0b3b050262.jpg)