ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ଣ ୫ଟା ସମୟରେ କାଳବୈଶାଖୀ ପ୍ରଭାବରେ ପବନ, ଘଡ଼ଘଡ଼ି, ବର୍ଷା ସହ ପ୍ରବଳ କୁଆପଥର ବୃଷ୍ଟି ହୋଇଛି। ବ୍ଲକ୍ର ଅଧିକାଂଶ ପଞ୍ଚାୟତରେ ପନିପରିବା ଫସଲ ନଷ୍ଟ ହୋଇଛି। ପୁରୁଣାକଟକ ପଞ୍ଚାୟତର ପୁରୁଣାକଟକ ସାଲକଟା, ଜିଆଁକଟା, ରାଜିଙ୍ଗ ସମେତ ପୀତାମ୍ବରପୁର ପଞ୍ଚାୟତ ଓ ତିଲେଶ୍ବର ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି। କରାମାଡ଼ରେ ଏହିସବୁ ଅଞ୍ଚଳରେ ବହୁ ଘର ଏବଂ ଝରକାରେ ଲାଗିଥିବା କାଚଗୁଡ଼ିକ ଭାଙ୍ଗିଯାଇଛି। ସେହିପରି ରାସ୍ତା ଘାଟରେ ଯାତାୟାତ କରୁଥିବା ଅନେକ କାର ଓ ବାଇକ୍ର କାଚ ମଧ୍ୟ ଭାଙ୍ଗିଯାଇଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୃଷ୍ଟି ହୋଇଥିବା ବଡ଼ବଡ଼ କୁଆପଥର ମଧ୍ୟରୁ କିଛି ୧କିଗ୍ରା ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳିଥିଲା। କାଳବୈଶାଖୀ ଯୋଗୁଁ ହରଭଙ୍ଗା ବ୍ଲକ୍ରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବର୍ଷା ପବନ ଥମି ନଥିବାରୁ ଅଧିକ କ୍ଷୟକ୍ଷତିର ତଥ୍ୟ ମିଳିପାରିନାହିଁ । ବଡ଼ ବଡ଼ କୁଆପଥର ମାଡ଼ ହେବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।
ହରଭଙ୍ଗାରେ କାଳବୈଶାଖୀର ତାଣ୍ଡବ, ପଡ଼ିଲା ବଡ଼ ବଡ଼ କୁଆପଥର
/sambad/media/post_attachments/wp-content/uploads/2021/04/Kuaapathara-03_thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)