ଘୁ.ଉଦୟଗିରି: କାଳବୈଶାଖୀ ପ୍ରଭାବରେ ଆଜି ସନ୍ଧ୍ୟା ୫ଟାରେ ଆକାଶରେ କଳାବାଦଲ ଢାଙ୍କିବା ସହ ଘଡ଼ଘଡ଼ି ବିଜୁଳି ମାରି ପ୍ରବଳ ପବନ ବହିବା ସହ ବର୍ଷା ହୋଇଛି।ଦୀର୍ଘ ସମୟ ପବନ ବୋହିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବହୁ ସ୍ଥାନରେ ବଡ଼ବଡ଼ ଗଛ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଏହାସହ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।
ଖବର ଲେଖା ହେବା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିଥିଲା। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୪ ନମ୍ୱର୍ ୱାର୍ଡ କୁରୁମିଙ୍ଗିଆ କାତାଲ ନାଜୁର ଦାଶରଥି ପ୍ରଧାନଙ୍କ ଘରେ ଆଜି ବର୍ଷା ପବନ ଯୋଗୁଁ ଏକ ବଡ଼ ଆମ୍ବ ଗଛ ଡ଼ାଳ ଭାଙ୍ଗି ପଡ଼ିଯାଇଥିଲା। ଫଳରେ ତାଙ୍କ ଦୋକାନ ଗୃହ ଭାଙ୍ଗିଯିବା ସହ ଦୋକାନରେ ଥିବା ସାମଗ୍ରୀ ନଷ୍ଟ ହୋଇଯାଇଛି।। ଘରର କାନ୍ଥ ଭାଙ୍ଗିବା ସହିତ ଆଜବେଷ୍ଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆମ୍ବ ଗଛ ପଡିବା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। କାହାର କିଛି କ୍ଷତି ହୋଇନାହିଁ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ବହଞ୍ଚି ଗଛକୁ କାଟି ସଫା କରିବାରେ ସାହାଯ୍ୟ କରିବା ପରେ ରାସ୍ତା ସ୍ଵାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG-20240529-WA0281.jpg)