ନୂଆପଡ଼ା/ କୋମନା: ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ତଥା କରାମାଡ଼ରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ ବିଶେଷ କରି ପନିପରିବା, ଡାଲି ଓ ତୈଳବୀଜଜାତୀୟ ଫସଲ ଉଜୁଡ଼ି ଯାଇଛି। ୨୦ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2024/04/65c6b9ab-23f9-4d61-b891-0ba63347061b-e1712768985782.jpeg)
କୋମନା ବ୍ଲକ୍ର ଉଲଭା କଟାପଡ଼ା, ସୁନାବେଡ଼ା, ସୋସେଙ୍ଗ ଗ୍ରାମରେ ଅଧିକ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଉଲଭା ଓ କଟାପଡ଼ାର ଉପାସୁ କଟାଙ୍କ ୨ ଏକର, ସୁକଲ ସିଂ କଟାଙ୍କ ୨.୫୦ ଏକର, ପଣ୍ଡୁ କଟାଙ୍କ ୨ ଏକର, ଶତ୍ରୁଘ୍ନ କଟାଙ୍କ ୧ ଏକର, ବିଶ୍ବାମିତ୍ର କଟାଙ୍କ ୧ ଏକର, ଯୁଗେ କଟାଙ୍କ ୧ ଏକର, ଶୁକଧର କଟାଙ୍କ ୧ ଏକର, ମହାଦେବ କଟାଙ୍କ ୧ ଏକର, କୀର୍ତ୍ତନ କଟାଙ୍କ ୧ ଏକର, ଡମ୍ବରୁଧର କଟାଙ୍କ ୧ଏକର, କ୍ଷୀରମୋହନ କଟାଙ୍କ ୧ ଏକର, କାଳିଦାସ କଟାଙ୍କ ୧ ଏକର ଜମିର ଫସଲ ନଷ୍ଟ ହୋଇଛି। ସେହିପରି ସୁନାବେଡ଼ାରେ ମଧ୍ୟ ଷ୍ଟ୍ରବେରି ଚାଷ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତା’ ସହ ମୁଗ ଓ ଚଣା ଫୁଲ ଧରିବା ସମୟରେ ଏହି କାଳବୈଶାଖୀ ହୋଇଥିବାରୁ ସବୁ ନଷ୍ଟ ହୋଇଯାଇଛି। ବିଭିନ୍ନ ଫଳଗଛ ଭାଙ୍ଗିବା ସହ ଫୁଲ ଝଡ଼ିଯାଇଛି। ତେଣୁ କୃଷି, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗ ଚାଷୀଙ୍କ କ୍ଷୟକ୍ଷତି ଠିକ୍ ଭାବେ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏ ବାବଦରେ ନୂଆପଡ଼ା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦାକୁ ପଚାରିବାରୁ ସେ କହିଛନ୍ତି, ବିଭାଗର କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fb06d1ca-b2ab-42ee-a919-0743d7f2872c.jpeg)