କୋରାପୁଟ: ଗତ କିଛି ଦିନ ହେବ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଦ୍ରୁତଗାମୀ ବସରେ ଯାତ୍ରା କରିବା ପାଇଁ ଟିକଟେ ସଂରକ୍ଷଣର ୱେବସାଇଟ୍ ଓ ଆପ୍ କାମ କରୁନି। ଫଳରେ ବାହାରକୁ ଯାଇଥିବା ଯାତ୍ରୀ ମାନେ ଏହି ଦ୍ରୁତଗାମୀ ବସ୍ଗୁଡିକରେ ଯିବା ଆସିବା କରିବା ପାଇଁ ହନ୍ତସନ୍ତ ହେବାକୁ ପଡୁଛି।
ସୂଚନା ଯୋଗ୍ୟ, ପୂର୍ବରୁ ଦୁଇଟି ଘରୋଇ ବସ ଆପ୍ ରେଡବସ୍ , ମେକ୍ ମାଇ ଟ୍ରିପ୍ ସହ ଓଏସଆରଟିସିର ଆପ ଆଦିରେ ଟିକେଟ୍ ବୁକିଂ ହୋଇ ପାରୁଥିଲା। ସମ୍ପ୍ରତି ତାହା କାମ କରୁନି। ବର୍ଷ ଶେଷ ସମୟରେ କୋରାପୁଟ ଜିଲ୍ଲାର ବହୁ ଲୋକେ ରାଜ୍ୟ ଓ ରାଜ୍ୟ ବାହାରେ ରହୁଛନ୍ତି।
ସେମାନେ ଫେରିବା ପାଇଁ ସରକାରୀ ବସ ଟିକେଟ ବୁକିଂ କରିବାରେ ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ, ବିଜୟନଗରମ ଆଦି ସହରର ବସଷ୍ଟାଣ୍ଡରେ ବସ ଲାଗିବାକୁ ଥିବା ଲେନରେ ବସର ଗନ୍ତବ୍ୟସ୍ଥାନର ବୋର୍ଡ କିଛି ଲାଗି ନାହିଁ।
ଅଧିକ ପଢ଼ନ୍ତୁ: ଚୋରି ମାମଲା: ସୁନା, ଟଙ୍କା ଓ ସିସିଟିଭି ଡିଭିଆର ଉଦ୍ଧାର, ୩ଗିରଫ
ସାଇଟ୍ ଓ ଆପ୍ କାମ କରୁ ନ ଥିବା ବେଳେ କେବଳ କଣ୍ଡକ୍ଟର ମାନେ ବୁକିଂ କରିକି ଯାତ୍ରୀ ପରିବହନ କରୁଛନ୍ତି। ଏହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ବସରେ କେଉଁ ସିଟ୍ ଖାଲି ରହିଛି କି ନାହିଁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ଥିବା ଷ୍ଟେସନର ବୁକିଂ କାଉଣ୍ଟରରେ ବି ଜଣା ପଡୁନି। ସେହିପରି ଆନ୍ଧ୍ରପ୍ରଦେଶର ସବୁ ବସଷ୍ଟାଣ୍ଡରେ ବସ ଲାଗୁଥିବା ଲେନ୍ ନିକଟରେ ଓଡିଶାକୁ ଆସୁଥିବା ବସର ଗନ୍ତବ୍ୟସ୍ଥଳର ନାଁ ଲେଖାଯିବା ସହ ବୁକିଂ କାଉଣ୍ଟର କରାଯିବାକୁ ମତ ପ୍ରକାଶ ପାଇଛି। ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଅଧିକ ପଢ଼ନ୍ତୁ: ଅଙ୍ଗାର ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ, ରୋକିବ କିଏ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/30/9RWK2qUcSWbHDYF0wXI0.jpg)