କେନ୍ଦ୍ରାପଡ଼ାର ୪ ପ୍ରବାସୀ ଶ୍ରମିକଙ୍କୁ ବିମାନ ଟିକେଟ୍ ପଠାଇ ସୁରଟ୍ ଡାକିଲେ ସୂତାକଳର ମାଲିକ

ଭୁବନେଶ୍ବର: ସୁରତର ଏକ ସୂତା କଳରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ଦଶୀପୁର ଗ୍ରାମର ୪ ଜଣ ପ୍ରବାସୀ ଶ୍ରମିକଙ୍କୁ ସୁରତ ଫେରିବାକୁ କାରଖାନା ମାଲିକ ଫ୍ଲାଇଟ୍ ଟିକେଟ୍ ପଠାଇଛନ୍ତି।

କରୋନା ମାଡରେ ଓଡ଼ିଶା ଫେରି ଆସିଥିଲେ ଗାଁର ୪ ଜଣ ବ୍ୟକ୍ତି । ହେଲେ ଗାଁରେ ନା କାମ ଅଛି, ନା ରୋଜଗାର କରିବାର ଅନ୍ୟ କୌଣସି ମାଧ୍ୟମ । ଆଉ ଏଭଳି ସ୍ଥିତିରେ ମାଲିକର ଡାକରାକୁ ଚାହିଁ ରହିଥିଲେ ଏହି ୪ଜଣ ପ୍ରବାସୀ ଶ୍ରମିକ । ଆଉ ଯେତେବେଳେ କାମ ଆରମ୍ଭ ହୋଇଛି, ପୁଣି ଡାକରା ଆସିଛି ।

କେନ୍ଦ୍ରାପଡ଼ାର ଏହି ପ୍ରବାସୀ ଶ୍ରମିକମାନେ ଖୁସିରେ ସୁରଟ ଫେରିଥିବା ବେଳେ ଗଂଜାମର କିଛି ଶ୍ରମିକଙ୍କୁ ବେଶ ହନ୍ତସନ୍ତ ହେବାକୁ ପଡ଼ିଛି । ଟ୍ରେନରେ ଗଂଜାମରୁ ସୁରଟ ସିନା ପହଂଚିଗଲେ । ହେଲେ ସେଠି ପହଂଚିଲା ବେଳକୁ ଆଉ କିଛି ନାହିଁ । ଆଜବେଷ୍ଟର ଘର ଭାଙ୍ଗି ଘରେ ଥିବା ସବୁ ସାମଗ୍ରୀ କିଏ ଚୋରି କରି ନେଇଯାଇଛି ।

ସମ୍ବନ୍ଧିତ ଖବର