ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଇଟିବିପି ଯବାନ ତରଫରୁ ଏକ ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିବା କୁହାଯାଇଛି। ଜିଲ୍ଲାର କୁରସୁରନାର ଅଂଚଳରେ ଆଇଟିବିପି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଟିଫିନ ବୋମାକୁ ଉଦ୍ଧାର କରିଥିଲେ। ରାସ୍ତାକଡରେ ନକ୍ସଲ ପ୍ରାୟ ପାଞ୍ଚ କିଲୋ ଓଜନର ଟିଫିନ ବୋମା ପୋତିଥିଲେ। ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ବୋମାକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଛି। ତେବେ ଏକ ବଡଧରଣର ଅଘଟଣରୁ ଯବାନ ବର୍ତ୍ତିଯାଇଥିବା କୁହାଯାଇଛି। ଛତିଶଗଡର ଦନ୍ତେଵେଡା, ନାରାୟଣପରୁ ସୁକମା, ବିଜାପୁର ଜିଲ୍ଲାରେ ନକ୍ସଲ ପାଦ ପାଦକେ ବୋମା ଖଞ୍ଜିଥିବା କୁହାଯାଇଛି। ବହୁ ସମୟରେ ନକ୍ସଲମାନେ ଏହିଭଳି ବୋମାକୁ ବିସ୍ଫୋରଣ କରି ଯବାନଙ୍କୁ ଆହତ କରିବାରେ ସଫଳ ହେଉଛନ୍ତି।
/sambad/media/post_attachments/wp-content/uploads/2021/04/Mkg-Landmine-recovered-2-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-Landmine-recovered-3-1.jpg)