ପାହାଡ଼ରୁ ଓହ୍ଲାଉ ଥିବା ବେଳେ ୬ବର୍ଷ ବାଳକକୁ ଉଠାଇ ନେଲା ଚିତାବାଘ

ନବରଙ୍ଗପୁର: ବାଘ ଆକ୍ରମଣରେ ରାଇଘର ତୁରୁଡିହି ଗ୍ରାମର ଜଣେ ବାଳକର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ବାଳକ ନରେନ୍ଦ୍ର ମର୍କାମଙ୍କ ପୁଅ ଅବିନାଶ ମର୍କାମ ବୟସ ସାଢ଼େ ୬ ବର୍ଷ ହେବ ବୋଲି ଜଣାପଡ଼ିଛି।

ସହର ଅଞ୍ଚଳରେ ଘୁରି ବୁଲୁଥିବା ଚିତାବାଘ ହିଂସ୍ର ପାଲଟି ଯାଇଛନ୍ତି। କ୍ରମାଗତ ଭାବରେ ଚିତାବାଘ ପିଲାମାନଙ୍କୁ ଆକ୍ରମଣ କରି ମାରି ଦେବା ଘଟଣା ସାମ୍ନାକୁ ଆସୁଛି।   ଗତ ସୋମବାର ସନ୍ଧ୍ୟାରେ ସିହାୱାର ଶୃଙ୍ଗି ଋଷି ପର୍ବତରୁ ଓହ୍ଲାଉଥିବା ବେଳେ ୬ ବର୍ଷର ବାଳକ ଅଭିନାଶଙ୍କ ବାପା ଉପରେ ଚିତାବାଘ ଆକ୍ରମଣ କରିଥିଲା। ଏହାପରେ ପ୍ରାୟ ଏକ ବର୍ଷ ବୟସର ଚିତାବାଘ ଭିଡ଼ ଭିତରୁ ୬ବର୍ଷର ବାଳକ ଅଭିନାଶକୁ କାମୁଡ଼ି ଅଧା କିଲୋମିଟର ଦୂରକୁ ଟାଣି ପାହାଡ଼କୁ ନେଇ ଯାଇଥିଲା।

 

Boy mauled to death by tiger in Rajasthan village

ବାଳକର ମୁଣ୍ଡ ଓ ମୁହଁକୁ ରାମ୍ପୁଡ଼ିକାମୁଡ଼ି କ୍ଷତାକ୍ତ କରି ମାରି ଦେଇଥିଲା। ଏହି ଘଟଣାରେ ରାଗିଯାଇ ଲୋକମାନେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସହ ଝଗଡ଼ା‌ କରିଥିଲେ। ପୁଲିସ ଓ ଅଧିକାରୀ ଉତ୍ତ୍ୟକ୍ତଲୋକଙ୍କୁ ବୁଝାଇବା ପରେ ସମସ୍ୟା ସମାଧାନ ହୋଇଥିଲା।

ଡିଏସପି ସତୋବିଶା ସମାଜଦାର ମୃତବାଳକଙ୍କ ବାପାଙ୍କୁ ୩୫ ହଜାର ଟଙ୍କା ଦେଇ ଆର୍ଥିକ ସହାୟତା କରିଥିଲେ। ଏଥିରେ ଡିଏଫଓ ତାଙ୍କ ତରଫରୁ ୧୦ ହଜାର ଟଙ୍କା ବି ‌ଦେଇଛନ୍ତି। ଏସଡିଏମ ପାହାଡ ଓ ଜଙ୍ଗଲକୁ ସନ୍ଧ୍ୟା ୫ ରୁ ସକାଳ ୭ ଟା ପର୍ଯ୍ୟନ୍ତ ଯିବାକୁ ବାରଣ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ସିହାୱାସ୍ଥିତ ଶିତାଲା ମନ୍ଦିରରୁ ଜେଜେମା’ଙ୍କ ସହ ଫେରୁଥିବା ବେଳେ ବାଳକ ଭାବେଶ ନେତାମ ଉପରେ ବି ବାଘ ଆକ୍ରମଣ କରିଥିଲା। ପିଲାଟିର ପେଟ, ପିଠି ଏବଂ ବେକରେ ନଖରେ ରାମ୍ପୁଡ଼ି ପକାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଓଡ଼ିଶାର ଘୁରୁଡିହ ଥାନା କୁଦାଇ ଜିଲ୍ଲା ନବରଙ୍ଗପୁରରୁ କିଛିଲୋକ ବୁଲିବାକୁ ଆସିଥିଲେ। ପାହାଡରୁ  ଲୋକମାନେ ତଳକୁ ଓହ୍ଲାଉଥିଲେ। ଏହି ସମୟରେ ୬ ବର୍ଷର ବାଳକ ଅବିନାଶକୁ ଚିତାବାଘ ଉଠାଇ ନେଇଥିଲା। ପରିବାର ଲୋକ ଅବିନାଶକୁ ଉଦ୍ଧାର କରିବା ପାଇଁ ବାଘ ପଛରେ ଦୌଡ଼ିଥି‌ଲେ।  ଅଧ ଘଣ୍ଟା ଖୋଜିବା ପରେ ପୁଅକୁ ପାଇଥିଲେ। ସେତେବେଳେ ସେ ବଞ୍ଚିଥିଲା। କିନ୍ତୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବା ସମୟରେ ବାଟ‌ରେ ତାର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର