ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜରେ ଏବେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗୁମା ପଞ୍ଚାୟତର ତଗାପାଙ୍ଗା ଜଙ୍ଗଲରେ ଚରୁଥିବା ଏକ ବଳଦକୁ ଆକ୍ରମଣ କରି ତାକୁ ଘୋଷାଡ଼ି ଘୋଷାଡ଼ି ନେଇ  ମାଂସ ଖାଇଥିବା ଗାଁ ଲୋକ ଦେଖିବା ପରେ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। କିଛି ମାସ ପୂର୍ବେ ଏଭଳି ତୁମୁଡିବନ୍ଧ ଜଙ୍ଗଲ ମଧ୍ୟରେ କିଛି ଗାଈଙ୍କୁ ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ବନବିଭାଗ ଏହା ସ୍ପଷ୍ଟ କରି ନଥିଲା। ଏବେ ବେଲଘର ଗୁମା ଜଙ୍ଗଲରେ ବାଘ ବୁଲିବା ଘଟଣା ପରେ ଲୋକେ  ନିଜ ଦୈନନ୍ଦିନ ଜୀବନଜୀବିକା ପାଇଁ ଜଙ୍ଗଲକୁ ଆଉ ଯାଇନପାରୁ ନାହାନ୍ତି। ଏପରିକି ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଚରିବାକୁ ଛାଡୁନାହାନ୍ତି। ଗୁମା ଜଙ୍ଗଲରେ ଥିବା ବାଘ ଏବେ ଜନବସତି ମୁହାଁ ହେଇଥିବା ଗ୍ରାମବାସୀ କହିଛନ୍ତି।

Advertisment

ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇବା ପରେ ବେଲଘର ବନବିଭାଗ କର୍ମଚାରୀ ମାନେ ଆସି ସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି। ବାଘ ଆକ୍ରମଣ କରିଥିବା ବଳଦକୁ ଦେଖିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ବାଘ ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି। ବଳଦ ମାଲିକ ଲିଖିତ ଅଭିଯୋଗ କଲେ କ୍ଷତିପୂରଣ ମିଳିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।