ବାଘ ଚମଡା ଜବତ; ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ଆଜି ବନ ବିଭାଗ ବାଘ ଚମଡା ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ବନବିଭାଗ ଗିରଫ କରିବା  ସହ ଏକ ମଟରସାଇକେଲ ଜବତ କରିଥିବା ନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି ।

ତେବେ କିଛିଦିନ ତଳେ ବନବିଭାଗ ବିଶେଷ ସୂତ୍ରରୁ ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡା କାରବାର ଚାଲୁଥିବାର ଖବର ପାଇଥିଲା। ଏହାକୁ କେନ୍ଦ୍ର କରି ଆଜି ବିଶେଷ ବନ ବିଭାଗର ଏକ ଟିମ୍ ବାଲିପଡ଼ା ଅଞ୍ଚଳରେ ହଠାତ ଚଢାଉ କରିଥିଲା। ଏହି ଚଢ଼ାଉ ସମୟରେ ବନବିଭାଗ ସେଠାରୁ ବାଘ ଚମଡାକୁ ଜବତ କରିଥିଲା। ତେବେ ଏହି ବାଘ ଚମଡ଼ାକୁ ଗିରଫ ଅଭିଯୁକ୍ତ କେଉଁଆଡେ ଚାଲାଣ କରୁଥିଲା ସେସବୁର ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର