ଛତିଶଗଡ଼ ପୁଲିସ୍‌ କବଜାରେ କଳାହାଣ୍ଡିର ୨ ବାଘ ଛାଲ ବେପାରୀ 

୨ ଜଣଙ୍କୁ ଗିରଫ କଲା ଛତିଶଗଡ଼ ପୁଲିସ୍‌, ୨ବାଘ ଛାଲ ଓ ବାଇକ୍‌ ଜବତ

ଜୁନାଗଡ଼ : ବାଘ ଛାଲ ଚାଲାଣ ଅଭିଯୋଗରେ ଛତିଶଗଡ଼ ପୁଲିସ୍‌ କଳାହାଣ୍ଡିର ୨ଜଣଙ୍କୁ ଗିରଫ କରିଛି । ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଝାରବନ୍ଧ ଗ୍ରାମର ରମେଶ ନାଏକ ଓ ଗୋଲାମୁଣ୍ଡା ବ୍ଲକ୍‌ ନକଟିକାନି ଗ୍ରାମର କେଶବ ମାଝୀ ଏକ ମୋଟର ସାଇକଲ୍‌ ଯୋଗେ ବାଘ ଛାଲ ଧରି ଛତିଶଗଡ଼ ଦେଭୋଗ ଥାନା ଧୂପକୋଟ ଗ୍ରାମର ଏକ ବନ୍ଧ ପାଖରେ ଗ୍ରାହକକୁ ଅପେକ୍ଷା କରିଥିଲେ। ଛତିଶଗଡ଼ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା ।

ଏହାପରେ ଗରିଆବନ୍ଧ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ତୁରନ୍ତ ଦେଭୋଗ ପୁଲିସ୍‌ ଓ ସାଇବର ଟିମ୍ ସେଠାରେ ପହଞ୍ଚି ୨ ଅଭିଯୁକ୍ତ ରମେଶ ଓ କେଶବଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ ୨ଟି ବାଘ ଛାଲ ସହ ଏକ ବାଇକ୍‌ (ଓଡ଼ି୦୮ଏନ-୦୮୭୬) ଜବତ ହୋଇଛି। ୨ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ୧୯୭୨  ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଦଫା ୯, ୨୯, ୩୯, ୫୧ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି। ଏନେଇ ଗାରିଆବନ୍ଦ୍ ଏସ୍‌ପି ଭୋଜରାମ୍ ପଟେଲ ଏକ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତ।

ସମ୍ବନ୍ଧିତ ଖବର