୨୯ ବର୍ଷ ହେଲା କବାଟକୋଣରେ ଦୁର୍ବିସହ ଜୀବନ ଜିଉଛନ୍ତି ତିଳୋତ୍ତମା

କୋରାପୁଟ: ବର୍ଷ ନୁହେଁ କି ଦୁଇ ବର୍ଷ ନୁହେଁ। ୨୭ ବର୍ଷ ହେଲା ଗୋଟିଏ ଘରେ ଗୋଟିଏ କାବାଟ କଣରେ ବିତୁଛି ଅଭିଶପ୍ତ ଜୀବନ। ଗାଁର ସମବୟସ୍କ ଯୁବତୀ ମାନେ ବାହା ହୋଇ ହସଖୁସିରେ ପରିବାର ସମ୍ଭାଳୁ ଥିବାବେଳେ ଗୂମୁରୀ କାନ୍ଦୁଛି ଜଣେ ଯୁବତୀ। ମୁହଁରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା ଓ କେଶ। ଲୋକ ଲଜ୍ୟା ଓ ଟାହିଟାପରାକୁ ଭୟ କରି କବାଟ କଣରେ ଜୀବନ ବିତାଉଛନ୍ତି କୋରପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ଗାଁର ତିଳୋତ୍ତମା ମଦୁଲି। ୧୯୯୫ ମସିହାରେ ସିରାଙ୍ଗୀ ମୁଦୁଲି ଓ ସମାରୀ ମୁଦୁଲିଙ୍କ କୋଳରେ ଜନ୍ମ ହୋଇଥିଲେ ତିଳୋତ୍ତମା। ଜନ୍ମର ତିନିଦିନ ପରେ ତିଳଙ୍କ ମୁହଁର ବାମପଟେ ଏକ କଳା ଦାଗ ଦେଖିବାକୁ ପାଇଥିଲା। ଧୀରେ ଧୀରେ ବୟସ ବଢିବା ସାଙ୍ଗରେ ଅସ୍ବାଭାବିକ ଭାବେ ବଢିଥିଲା କଳାଦାଗ। କଳାଦାଗ କେତେବେଳେ ମୁହଁର ବାମପଟ ଭାଗକୁ କବଳିତ କରିଦେଇଥିଲେ ତାହା ଜଣାପଡି ନ ଥିଲା। ୫ ବର୍ଷରେ ଯେତେବେଳେ ସ୍କୁଲକୁ ତିଳୋତ୍ତମା ଯାଇଥିଲା ସେହି ସମୟରେ ଟାହିଟପରା କହିଥିଲେ ସହପାଠୀ। ଏହି ଟାହିଟାପରା ହିଁ ବହି ଓ ବସ୍ତାନୀରେ ବାନ୍ଧାଯାଇଥିଲା ଡୋରୀ। ଏହାପରେ ଘରେ ରହିଗଲେ ଯେ ରହିଗଲେ। ଖାଲି ସେତିକି ନୁହେଁ ପରିସ୍ଥିତି ଏପରି ହୋଇଥିଲା ଯେ ପଣସପୁଟ ଗାଁରେ ହେଉଥିବା ଜାନିଯାତରାରେ ମଧ୍ୟ ଭାଗ ନେଇ ଟାହିଟାପରାର ଶିକାର ହେଲେ।

Sambad

ଗାଁର କୌଣସି ଭୋଜିଭାତକୁ ଗଲେ ଲୋକେ ନାକ ଟିକେଲେ। ଲୋକ ଲଜ୍ୟା ଭୟରେ ଏବେ ଗୋଟିଏ ଘରେ ଗୋଟିଏ କୋଣରେ ରହୁଛନ୍ତି ତିଳୋତ୍ତମା। ବାପା ସରିଙ୍ଗିଙ୍କ ବୟସ ଗଢୁଥିବାବେଳେ ଭାଇ ପଦଲାମ୍‌ ମଧ୍ୟ ଦିନକୁ ଦିନ ବଡ ହେଉଛି। ଅସୁନ୍ଦର ଚେହେରା ଯୋଗୁଁ ତିଳୋତ୍ତମାକୁ ବରପାତ୍ର ମିଳୁ ନ ନ ଥିବାବେଳେ ଖୋଜି ଖୋଜି ନୟାନ୍ତ ହେଲେଣି ସିରିଙ୍ଗି। ଏପରିକି ନିକଟରେ ଘରର ଅଧା ସହ ଅଧା ଜମି ଦେବାକୁ ରାଜି ହୋଇଥିଲେ ସିରିଙ୍ଗି। ଘରଜ୍ବାଇଁ କରି ରଖିବାକୁ ଚାହିଁଥିଲେ ମଧ୍ୟ ପ୍ରସ୍ତାବ ଶେଷ ମୂହୂର୍ତ୍ତରେ ଭାଙ୍ଗିଯାଇଥିଲା। ଏନେଇ ସିରିଙ୍ଗି କହିଛନ୍ତି ଯେ ଜନ୍ମ ହେଲାବେଳକୁ ତିଳୋତ୍ତମା ଭଲ ଥିଲା। କେବଳ ଗାଲରେ ଏକ କଳା ଦାବ ରହିଥିଲା। ଏବେ ତାହା ବଢି ବଢି ପୁରା ମୁହଁକୁ କବଳିତ କଲାଣି। ଆଶାତିତ ଭାବେ ମୁହଁରେ ମାଂସ ପିଣ୍ଡୁଳା ବଢୁଥିବାବେଳେ କେଶ ମଧ୍ୟ ବୃଦ୍ଧି ପାଉଛି। କୋରପୁଟୁ ମେଡିକାଲ ସହ ବହୁ ଆଡେ ଦେଖାଇଲୁ। ହେଲେ କିଛି ସୁଫଳ ମିଳିଲାନି । ଅସୁନ୍ଦର ହୋଇଥିବାରୁ ବାହାଘର ଭାଙ୍ଗିଯାଉଛି। ଘରର ଅଧା ଓ ପୁରା ଜମିର ଅଧା ଦେଇ ଘରଜ୍ବାଇଁ କରିବାକୁ ମଧ୍ୟ କେହି ରାଜି ହେଉ ନାହାନ୍ତି। ଆମେ ଗରିବ ହୋଇଥିବାରୁ ଅର୍ଥର ଘୋର ଅଭାବ। ଚିକିତ୍ସା ପାଇଁ କଟକ କି ବ୍ରହ୍ମପୁର ଯାଇପାରିବୁ ନାହିଁ। ଯେତେବେଳେ ଯାଏ ମୁଁ ବଞ୍ଚିଛି ସେତେବେଳ ଯାଏ ସେ ବଞ୍ଚିଥାଉ। ତାହା ପରେ ଯାହା ହେବ ତାହା ଭଗବାନଙ୍କ ଦୟା। ଯଦି ତା ଭାଗ୍ୟରେ ଥିବ ତ ସେ ବଂଚିବ ନ ହେଲେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର