କାଠ ବୋଝେଇ ଗାଡ଼ି ଜବତ, ୨ ଗିରଫ

ଲୋଇସିଂହା: ବଲାଂଗୀର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ ନେଗପାଲି ଜଙ୍ଗଲରୁ ଶାକୁଆନ କାଠ ଚୋରି ହେଉଥିବା ଖବର ପାଇ ଜଙ୍ଗଲ ଓ ପୁଲିସ ବିଭାଗ ତଥା ଗ୍ରାମବାସୀମାନେ ଚଢ଼ଉ କରିଥିଲେ। କାଠ କଟାଳିମାନେ ଫେରାର ହୋଇଯାଇଥିବା ବେଳେ କାଠ ବୋଝେଇ ହୋଇଥିବା ଗାଡିର ଡ୍ରାଇଭର ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କର୍ମଚାରୀ ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। କାଠ କଟାଳି ଫେରାର ହୋଇ ଯାଇଥିଲେ। ଗାଡ଼ି ଚାଳକ ଗାଡ଼ି ନେଇ ପଳାଉ ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେମାନଙ୍କୁ ପୁଲିସ ଗିରଫ କରିଥିଲା। (ଓଡି୦୨ସି-୨୯୮୫) ଗାଡ଼ିଟିକୁ ଜବତ କରାଯାଇଥିଲା। କାଠ ମାଫିଆମାନେ ସମ୍ବଲପୁରର ବୋଲି ଗାଡ଼ିର ଡ୍ରାଇଭର ପ୍ରକାଶ କରିଛି।

ସମ୍ବନ୍ଧିତ ଖବର