ବାଲେଶ୍ବର: ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ସଫଳତାର ସହ ମୁକାବିଲା କରିବା ନେଇ ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କୁ ‘ଦ ଟାଇମ୍‌ସ ଗ୍ରୁପ୍‌’ ପକ୍ଷରୁ ‘ଟାଇମ୍‌ସ ପାୱାର୍‌ ୱିମେନ୍‌-୨୦୨୩’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭୁବନେଶ୍ବର ସ୍ବସ୍ତିପ୍ରିମିୟମ୍‌ଠାରେ ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲଙ୍କଠାରୁ ଏସ୍‌ପି ସାଗରିକା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

ସେ ପୁରସ୍କାରକୁ ବାଲେଶ୍ବରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟିଥିବା ରାଜ୍ୟର ୩୦ ଜଣ ମହିଳାଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏସ୍‌ପି ସାଗରିକା ସେମାନଙ୍କ ମଧ୍ୟରେ ରହିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।