ରାଉରକେଲା: ଆଜି ଅପରାହ୍ନରେ ଡମ୍ପର ଧକ୍କାରେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣକ ହେଲେ ପ୍ରସନ୍ନ ବିଶ୍ବାଳ (୪୨)। ପ୍ରସନ୍ନ କୋଇଡା ବ୍ଳକ ଅନ୍ତର୍ଗତ ରାଇକଳା ଘାଟି ନିକଟ ଗୀତାରାଣି ଖଣି ପାର୍କିଂରେ ଛିଡା ହୋଇଥିବା ଟିପ୍ପର ନିକଟକୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା (ଓଡି ୦୪ଏମ୍୫୫୩୩ ) ମାଲବୋଝେଇ ଟ୍ରକ ପ୍ରସନ୍ନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରସନ୍ନଙ୍କ ଶବ ଜବତ କରି ଲହୁଣୀପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତ ପ୍ରସନ୍ନଙ୍କର ଦୁଇ ପିଲା ଅଛନ୍ତି। ବେପରୁଆ ଗାଡି ଚାଳନା ଯୋଗୁଁ ଦୈନନ୍ଦିନ କୋଇଡାରେ ଛୋଟ ବଡ ଦୁର୍ଘଟଣାଘଟୁଛି। ଗତ ମାସକ ମଧ୍ୟରେ ଖଣି ଅଞ୍ଚଳରେ ୯ ଜଣଙ୍କ ଜୀବନ ଯାଇଛି। ବାରମ୍ବାର ଏଭଳି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷ କରି ରାଇକେଳା ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଉ ନଥିବାରୁ ସାଧାରଣ ଲୋକଙ୍କ ଜୀବନ ଯାଉଛି।
ଟ୍ରକ ଧକ୍କାରେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ, ମାସକରେ ଗଲାଣି ୯ ଜୀବନ
/sambad/media/post_attachments/wp-content/uploads/2020/11/5e57c0dd-3052-4c8b-b788-890dbae74493.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)