୨ଟି ଟ୍ରେନରେ ଆସୁଛନ୍ତି ପ୍ରବାସୀ, ଆସନ୍ତାକାଲି ଟିଟିଲାଗଡ଼ରେ ୧୯ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର: ଦୁଇଟି ରାଜ୍ୟରୁ ପ୍ରବାସୀମାନେ ଆସନ୍ତାକାଲି ୨ଟି ଟ୍ରେନରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବେ । ଓଡ଼ିଆ ପ୍ରବାସୀମାନେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରୁ ଟିଟିଲାଗଡ଼ ଆସୁଛନ୍ତି । ଏହା ପୂର୍ବରୁ ପରିସ୍ଥିତିକୁ ଦୃଷ୍ଟିରେ ଟିଟିଲାଗଡ଼ରେ ୧୯ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଏହା ଆସନ୍ତାକାଲି (ରବିବାର) ସକାଳ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ (୧୯ ଘଣ୍ଟା ପାଇଁ) ଲାଗୁ ହେବ । ଏ ନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ବଲାଙ୍ଗୀର ଜିଲ୍ଲାପାଳ, ପୁଲିସ ପ୍ରଶାସନର ଶୀର୍ଷ ଅଧିକାରୀ ଟିଟିଲାଗଡ଼ରେ ପହଞ୍ଚି ପ୍ରସ୍ତୁତି ତଦାରଖ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର