କଂଗ୍ରେସରେ ଯୋଗ ଦେଲେ ବରିଷ୍ଠ ନେତା ନବୀନ ନନ୍ଦ

ଢେଙ୍କାନାଳ: ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଉପସ୍ଥିତିରେ ବୁଧବାର କଂଗ୍ରେସରେ ବରିଷ୍ଠ ନେତା ନବୀନ ନନ୍ଦ ଯୋଗ ଦେଇଛନ୍ତି। ତାଙ୍କୁ ଗଁଦିଆ ବିଧାନସଭାର ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ।

ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହେବା କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। ଏ ସଂକ୍ରାନ୍ତରେ ନବୀନ ମଧ୍ୟ କହିଥିଲେ କି, ସେ କଂଗ୍ରେସରେ ମିଶିବା ସମ୍ଭାବନା ରହିଛି । ଏନେଇ ଚର୍ଚ୍ଚା ବି ଜାରି ରହିଛି।

ଉଲ୍ଲେଖ ଥାଉ କି, କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ଵାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା। ଏହା ପରେ ନନ୍ଦଙ୍କୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର