ଫି’ କମେଇବା ପାଇଁ ନୀଳମଣି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବାଲେଶ୍ବର: କରୋନା ମହାମାରୀ ସମୟରେ ନୀଳମଣି ମହାବିଦ୍ୟାଳୟର ଯୁକ୍ତଦୁଇର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ରି-ଆଡ଼ମିଶନ ପାଇଁ ନୋଟିସ୍ ଆସିଥିଲା। ରି-ଆଡ଼ମିଶନର ଶେଷ ତାରିଖ ୦୨.୦୯.୨୧ ତାରିଖ ରହିଥିଲା। ଏତେ ଅଳ୍ପ ସମୟ ଭିତରେ ପିଲାମାନେ ଫି’ ଦେବା ପାଇଁ ଅସମର୍ଥ।। ପୁଣି କଳା ବିଭାଗ ଓ ବିଜ୍ଞାନ ବିଭାଗର ଯଥାକ୍ରମେ ୨୦୨୦ ଓ ୨୧୭୦ ଟଙ୍କା ଆଡ଼ମିଶନ ଫି’ କଲେଜ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି। ପୂର୍ବବର୍ଷ ଠାରୁ ଫି’ ମଧ୍ୟ ଅଧିକା ରହିଛି। ଏହି ମହାମାରୀ ସମୟରେ ବିଦ୍ୟାର୍ଥୀ ମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ସମୟରେ ମହା ବିଦ୍ୟାଳୟର ଏହି ଆର୍ଥିକ ଚାପ ପିଲା ମାନଙ୍କୁ ବହୁ ମାତ୍ରରେ ପ୍ରଭାବିତ କରିଛି।

ଏହି ବିଷୟକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମହାବିଦ୍ୟାଳୟ ଶାଖା ସଭାପତି ସତ୍ୟପ୍ରଜ୍ଞା ବେହେରାଙ୍କ ନେତୃତ୍ଵରେ ଛାତ୍ର ନେତା ଗଣେଶ କୁମାର ପାଢ଼ୀଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଅଧକ୍ଷଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ। ହେଲେ ମାତ୍ର ସେ ଫି’ କମେଇ ପାରିବେ ନାହିଁ ଏବଂ ସେଇ ତାରିଖ ଦିନ ଫି’ ଦେବାକୁ ହେବ ବୋଲି ରୋକ୍‌ଠୋକ୍‌ କହିଥିଲେ।। ଫଳ ସ୍ୱରୂପ ଛାତ୍ର ଅଶାନ୍ତି ଆନ୍ଦୋଳନର ରୂପ ନେଇଛି। ପାଖାପାଖି ୩୦୦ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ଯୋଗ ଦେଇ ଫି’ କମେଇବା ଓ ଫି’ ଦେବାର ଶେଷ ତାରିଖ ବଢେଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର