ରୋଗୀକୁ ରକ୍ତଦେଇ ମାନବିକତା ଦେଖାଇଲେ ପୁଷ୍ପା

ମାଲକାନଗିରି: ଜଣେ ଅସହାୟକୁ ରକ୍ତଦାନ କରି ମାନବିକତାର ପରିଚୟ ପ୍ରଦାନ କରିଛନ୍ତି ପି.ପୁଷ୍ପା। ଏମଭି-୧୭ ଗ୍ରାମର ରଂଜନ ମଣ୍ଡଳ ନାମାକ ବ୍ୟକ୍ତି ଗତ କିଛି ଦିନ ହେଲା ମ୍ୟାଲେରିଆ ଜ୍ବରରେ ପୀଡିତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଂକର ରକ୍ତର ଘୋର ଅଭାବ ରହିଥିବାରୁ ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପଡିବ ବୋଲି ପରିବାର ଲୋକଙ୍କୁ କହିଥିଲେ। ମାଲକାନଗିରି ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ରହିଥିବାରୁ ରକ୍ତ ଦେବାକୁ ଏକ ପ୍ରକାର ଅମଙ୍ଗ ହୋଇଥିଲେ।ତେବେ ପରିବାର ଲୋକେ ରକ୍ତ ପାଇଁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ରକ୍ତ ମିଳିପାରିନଥିଲା।

ତେବେ ଏନେଇ ଜୟ ମାଲକାନଗିରି ଗ୍ରୁପର ସଦସ୍ୟ ରବୀ ରାଜେଶ ଖବର ପାଇବା ପରେ ସେ ରକ୍ତ ପାଇଁ ଗ୍ରୁପର ସଦସ୍ୟମାନଙ୍କୁ କହିଥିଲେ। ତେବେ ପି.ପୁଷ୍ପା କୋରାପୁଟ ଜିଲ୍ଲାର ବୋରିଗୁମ୍ମାରୁ ମାଲକାନଗିରିକୁ ବୁଲିବାକୁ ଆସିଥିବା ବେଳେ ଏହି ଖବର ପାଇ ତୁରନ୍ତ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ପ୍ରକାଶ ଥାଉକି ପୁଷ୍ପା କେବେ ପୂର୍ବରୁ ରକ୍ତଦାନ କରିନଥିଲେ।ପ୍ରଥମ ଥର ରକ୍ତ ଦେଇ ଜଣକର ଜୀବନ ବଂଚାଇଥିବାରୁ ପୁଷ୍ପା ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି।ଜୟ ମାଲକାନଗିରି ଗ୍ରୁପ ତରଫରୁ ମଧ୍ୟ ପୁଷ୍ପାଙ୍କୁ ସମ୍ମାନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର