ସ୍କୁଲ ଖୋଲିବା ପ୍ରକ୍ରିୟାକୁ ନେଇ ପ୍ରସ୍ତୁତି ବୈଠକ 

ଜୟପୁର:‌ ଆସନ୍ତା ୮ତାରିଖରୁ ହାଇସ୍କୁଲ ଖୋଲିବ। ୧୦ମ ଓ ଦ୍ବାଦଶ ଶ୍ରେଣୀର ପିଲା ମାନଙ୍କୁ ୧୦୦ଦିନ ଧରି ପାଠ ପଡ଼ାଯିବ। ବୋର୍ଡ଼ ପରୀକ୍ଷା ପାଇଁ ଶିକ୍ଷାଦାନ ଓ କୋଭିଡ୍‌-୧୯ କଟକଣା, ଏସଓପି ଓ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ କିଭଳି ଶିକ୍ଷାଦାନ କରାଯିବ ତା ପାଇଁ ଯୋଜନା ପ୍ରସ୍ତୁତି ଓ ବିଦ୍ୟାଳୟର ଶ୍ରେଣୀଗୃହ, ଶୌଚାଳୟ ଓ ପରିବେଶ ପରିସ୍କାର ପରିଚ୍ଛନ୍ନ ରଖିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।

ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଗୋଷ୍ଠୀ ଶକ୍ଷା ଅଧିକାରୀ ରାମଚନ୍ଦ୍ର ବିଶୋଈ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଉପରୋକ୍ତ ବିଷୟ ସବୁ ବୁଝାଇଥିଲେ। ଜୟପୁର ପୌରାଂଚଳ ଓ ବ୍ଲକର ସରକାରୀ ଓ ବେସରକାରୀ ବିଦ୍ୟାଳୟର ୪୦ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର