ପାନୀୟ ଜଳ ସମସ୍ୟା ସୁଧାରିବାକୁ ଦାବି

ଜୟପୁର: ଖରାର ପ୍ରକୋପ ବଢ଼ିବା ପରେ ଜୟପୁର ବ୍ଲକ ଅର୍ନ୍ତଗତ ଆମ୍ବାଗୁଡାରେ ପାନୀୟ ଜଳର ସମସ୍ୟା ବୃଦ୍ଧି ପାଇଛି। ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ସମସ୍ୟାକୁ ନେଇ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପି.ବାଲଙ୍କି ରାଓ ନେତୃତ୍ବରେ ବାବୁ ବେହେରା, ଇରା ଗନ୍ତାୟତ, ସନ୍ତୋଷୀ ରାଜ, ଗଜାମୁଖୀ ବାଘ, ରତ୍ନା ବାଘ, ସୁପ୍ରଭା ଦାସ, ଏନ ବିଜୟ ଲକ୍ଷ୍ମୀ, କେ ସଂଗୀତା, ମୁନି ପାଙ୍ଗି, ରାଜ ଲକ୍ଷ୍ମୀ ମହାରଣା,ସବିତା ଭତରା, ଭାଗବତୀ ଗୋଲାରୀ, ଟୁଲୁଷ୍କା ଖିଲ, ମେନେକା କାମୁଡ଼ି ପ୍ରମୁଖ ଜୟପୁର ବିଡିଓ ସୁରଜ ପଟ୍ଟନାୟକ ଓ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଉଭୟ ପ୍ରତିଶ୍ରୃତି ଦେଇଥିଲେ।

ସମ୍ବନ୍ଧିତ ଖବର