ତଦନ୍ତ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ସଚିବଙ୍କ ଚିଠି, ତିନିମାସରେ ପ୍ରିଲିମ୍‌ନାରୀ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ

କୋରାପୁଟ: କୋରାପୁଟ ସହର ପ୍ରକାଶ ଚନ୍ଦ୍ର ସାବତ ବନାମ ପୂର୍ବତନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନେ (କେଶନମ୍ବର:ଏଲୱାଇ-୭୫୧/୨୦୨୧)ଙ୍କ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଲୋକାୟୁକ୍ତ। ଘଟଣାର ୫ବର୍ଷ ପରେ ସାବତଙ୍କ ପରିବାରକୁ ନ୍ୟାୟ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତର ତଦନ୍ତ ନିର୍ଦ୍ଦେଶକଙ୍କୁ ଏକ କଡା ଚିଠି କରିଛନ୍ତି ଲ‌ୋକାୟୁକ୍ତ ସଚିବ (ଜୁଡିସିଆଲ-ଆଇସି)। ଏହାସହ କୋରାପୁଟ ପୌରପାଳିକାକୁ ତିନିମାସରେ ପ୍ରିଲିମ୍‌ନାରୀ ରିପୋର୍ଟ ଦାଖଲକୁ ନିର୍ଦ୍ଦ‌େଶ ଦେଇଛନ୍ତି। ଘଟଣାର ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ରହିଥିବାବେଳେ ଆସନ୍ତା ଅଗଷ୍ଟ ୧୭ ତାରିଖରେ ଶୁଣାଣି ରହିଥିବା ଜଣାପଡିଛି। ଲୋକାୟୁକ୍ତଙ୍କ ପକ୍ଷରୁ ଚଳିତମାସ ୨୦ ତାରିଖରେ ୩୯୪୧/ଏଲୱାଇ(ବି-୧)ରେ ଚିଠି କରିଛନ୍ତି।

ମିଳିଥିବା ସୂଚନା ମୁତାବକ ୧୯୮୬ ମସିହାରୁ ଫୁଡ ଲାଇସେନ୍ସ ନେଇ ସାବର ଶ୍ରୀକ୍ଷେତ୍ର ସ୍ଥିତ ମନ୍ଦିର ଛକ ବ୍ୟବସାୟ କରୁଥିଲେ ପ୍ରକାଶ ଚନ୍ଦ୍ର ସାବତ। ଏହିଥିରୁ ଯାହା ମିଳୁଥିଲା ସେଥିରେ ୫ ପ୍ରାଣୀଙ୍କ ଦୁଃଖସୁଖରୀ ପରିବାର ଚଳୁଥିଲା। ୨୦୧୭ ମସିହା ସେପ୍ଟ‌େମ୍ବର ମାସରେ ରାସ୍ତା ପ୍ରସ୍ତତିକରଣ ହେବା କହି ତତ୍କାଳୀନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ତିତିରେ ପୌରପାଳିକା ଦୋକାନ ଭାଙ୍ଗିଥିଲା। ଏହାପରେ ତାଙ୍କୁ ଅମିନ ଲାଇନରେ ରହିଥିବା ନୂଆ ହାଟକୁ ପଠାଇଥିଲେ। ହେଲେ ସାବତଙ୍କୁ ଏନେଇ କୌଣସି ଲିଖିତ କି ମୌଖିକ ଭାବେ ଦେଲେ ନାହିଁ କିନ୍ତୁ ତାଙ୍କ ସ୍ଥାନରେ ଆଉ ଜଣକୁ ଦୋକାନ କରିବାକୁ ନିର୍ଦ୍ଦେଶ ଦେଲେ।

ଏନେଇ ସେ ଓ ତାଙ୍କ ପରିବାର ବହୁବାର ଜିଲ୍ଲାପାଳ, ତହସିଲଦାର ଓ ପୌରପାଳିକାକୁ ଅଭିଯୋଗ ଦେଇ ଦେଇ ଥକିଲେ। ଏହାପରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ସାବତ ଲୋକାୟୁକ୍ତ ନିକଟରେ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଯେଉଁ ଜାଗାରେ ସେ ଦୋକାନ କରିଥିଲେ ତାହା କୋରାପୁଟ ମୌଜରେ ରହିଛି। ଏହା ୪୩୫ ନମ୍ବର ଖାତା ଅନ୍ତର୍ଗତ ପ୍ଲାଟ ନମ୍ବର ୨୨୪(୦.୦୦୧ସେଣ୍ଟ)ରେ ରହିଛି। ସେଠାରେ ଗଢିଉଠିଥିବା ଏକ ଜଳଖିଆ ଦୋକାନୀ କାରସାଦୀ କରି କୋରାପୁଟ ମୌଜ ଅନ୍ତର୍ଗତ ୪୩୫ ନମ୍ବର ଖାତାରେ ପ୍ଲଟ ନମ୍ବର ୨୩୪ ଦର୍ଶାଯାଇଛି।

ପ୍ରକୃତରେ ଏହି ୨୩୪ ପ୍ଲଟଟି ଜଗନ୍ନାଥ ମନ୍ଦିର ଚୁଡାରେ ରହିଥିବା ଜଣାପଡିଛି। ତେବେ ଶ୍ରୀ ସାବତ ଏହିଠାରେ ଫୁଟ ଲାଇସେନ୍ସ ନେଇ ଦୋକାନ କରିଥିବାବେଳେ ତାଙ୍କ କଡରେ ଏବର ଜଳଖିଆ ଦୋକାନୀ ଜଣକ ସେଠାରେ ପାନ ଦୋକାନ କରିଥିଲେ। ୧୯୯୦ରେ ଉକ୍ତ ଦୋକାନକୁ ପରବର୍ତ୍ତନ କରି ଜଳଖିଆ ସହ ଅନ୍ୟ ଜିନିଷ କରିଥିଲେ। ଏହି ସମୟରେ ଜଗନ୍ନାଥ ମନ୍ଦିରରେ ଉକ୍ତ ବ୍ୟକ୍ତିର ପ୍ରଭାବଶାଳୀ ସମ୍ପର୍କୀୟ ଓ ପୌରପାଳିକାରେ ସମ୍ପର୍କୀୟ ଭାଇ ରହିଥିବାବେଳେ ଶ୍ରୀ ସାବତଙ୍କୁ ନାନା ହଇରାଣ କରିଥିଲେ। ଘରେ ସାବତଙ୍କୁ ମିଶାଇ ଗୋଟିଏ ଝିଅ, ଦୁଇଟି ପୁଅ ସହ ‌ରୋଗିଣା ସ୍ତ୍ରୀ ଏହିଠାରୁ ଚଳୁଥିଲେ। ଏବେ ରାସ୍ତା ଉପରେ ଦୋକାନ କରୁଥିବାବେଳେ ପରିବାର ଚଳିବାରେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ତାଙ୍କ ତାଙ୍କ ଜାଗା ଫେରାଇବାକୁ ସେଦାବି କରିଛନ୍ତି। ଏନେଇ କୋରାପୁଟ ପୌରାନିର୍ବାହୀ ଅଧିକାରୀ ସ୍ବାସ୍ତିକ ଜମାଦାର କହିଛନ୍ତି ଯେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ଆମର ଦାୟିତ୍ବ। ନିର୍ଦ୍ଦାରିତ ସମୟ ଅନୁସାରେ ତଦନ୍ତକରି ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର