ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ବାରିପଦା: ବାରିପଦାରେ ଆଜି ମାତ୍ର କିଛି ଘଣ୍ଟାର ବର୍ଷା ଯେପରି ବିତ୍ପାତ ସୃଷ୍ଟି କରିଛି ତାହାକୁ ନେଇ ଆଜି ବାରିପଦାରେ ଉପସ୍ଥିତ ଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୱାର୍ଡ ନଂ-୭ ମଧୂବନ ବଗିଚାସାହିରେ ଯେପରି ଘରେଘରେ ପାଣି ପଶି ଲୋକଙ୍କୁ କଲବଲ କଲା  ସେନେଇ ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମନ୍ତ୍ରୀ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏନେଇ ମନ୍ତ୍ରୀ ଶ୍ରୀ ଜେନା ତୁରନ୍ତ ଉପଜିଲ୍ଲାପାଳ ତଥା ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ୟା ଦାସଙ୍କ ସହିତ ଆଲୋଚନା କରିଥିଲେ। ବଗିଚା ସାହିରେ ‌‌ଡ୍ରେନ୍ କାମ ଆରମ୍ଭ କରିବା ସହିତ ଏହାର ସ୍ଥାୟୀ ସମାଧାନ କରିବାକୁ ମନ୍ତ୍ରୀ ତ୍ବରିତ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର