ଭଦ୍ରକର ରାଣୀତାଲରେ କେନ୍ଦ୍ର ଗୃହମନ୍ତ୍ରୀ କହିଲେ-୨୦୩୦ ସୁଦ୍ଧା ଭାରତ ବିଶ୍ୱର ୩ଟି ଶ୍ରେଷ୍ଠ ସ୍ଥାନ ମଧ୍ୟରେ ରହିବ

ଭଦ୍ରକ: ଭଦ୍ରକର ରାଣୀତାଲଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରବିବାର ପହଞ୍ଚିଛନ୍ତି। ରାଣୀତାଲଠାରେ ଦାଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନଙ୍କୁ ବଳିଦାନ ବ୍ୟର୍ଥ ଯିବନି ବୋଲି ରାଜନାଥ ସିଂହ କହିଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ସ୍ମରଣ କରି ଥିଲେ ଗୃହମନ୍ତ୍ରୀ। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନ ମଧ୍ୟରେ ରହିବ ବୋଲି ରବିବାର ରାଣୀତାଲଠାରେ ଘୋଷଣା କରିଛନ୍ତି ରାଜନାଥ ସିଂହ।

ସୂଚନାଯୋଗ୍ୟ, ରାଜନାଥଙ୍କ କାର୍ଯ୍ୟକ୍ରମରେ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଓ ମୟୂରବଞ୍ଜ କର୍ମୀମାନେ ଯୋଗ ଦେଇଛନ୍ତି। ସଭାରେ ଭାଷଣ ଦୋବ ପୂର୍ବରୁ ରାଜନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ରାଜନାଥଙ୍କ ଫୋକସରେ ଉତ୍ତର ଓଡିଶା ରହିବ। ସେହିପରି ୪ଟି ଲୋକସଭା ଆସନ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଦଳର ସ୍ଥିତି ନିଜଗ୍ରସ୍ତ ଅବସରରେ ସମୀକ୍ଷା କରିବେ ରାଜନାଥ ।

ସମ୍ବନ୍ଧିତ ଖବର